ଚାନ୍ଦବାଲି ବାଂଶଡା ଫେରୀଘାଟ ନିକଟରେ ବସ୍ ଜାଳି ଦେଲେ ଦୁର୍ବୃତ୍ତ, କାଚ ଭାଙ୍ଗି ବାହାରକୁ ବାହାରିଲେ ଚାଳକ ଓ ହେଲପର
ଚାନ୍ଦବାଲି : ଚାନ୍ଦବାଲି ବ୍ଲକ ବାଂଶଡା ଫେରୀ ଘାଟ ନିକଟରେ ଯାତ୍ରୀବାହୀ ବସକୁ ଜାଳି ଦେଲେ ଦୁର୍ବୃତ୍ତ । ନାୟକ ନାମକ ବସଟି ପ୍ରତିଦିନ ରାତିରେ ଭୁବନେଶ୍ୱରରୁ ଚାନ୍ଦବାଲି ଦେଇ ବାଂଶଡା ଫେରୀ ଘାଟ ନିକଟରେ ରାତ୍ରୀ ଯାପନ କରି ସକାଳ ପୁଣି ବାଂଶଡାରୁ ଭୁବନେଶ୍ୱର ଯାଇଥାଏ ।
ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ବସରେ ନିଆଁ ଲଗାଇ ଦେଇଥିଲେ । ବସରେ ଶୋଇଥିବା ଚାଳକ ଓ ହେଲପର ବସ ଜଳୁଥିବା ସମୟରେ କାଚ ଭାଙ୍ଗି ବାହାରକୁ ବାହାରି ଆସିଥିଲେ । ପରେ ବସ କର୍ମଚାରୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଦମକଳ ଗାଡି ପହଞ୍ଚିବା ବେଳକୁ ବସଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ତେବେ କିଏ ଓ କାହିଁକି ବସ୍କୁ ଜାଳି ଦେଲେ ତାହା ଜଣାପଡ଼ିନାହିଁ ।