ପୂର୍ବ ଶତୃତାକୁ କେନ୍ଦ୍ର କରି ମହିଳାଙ୍କୁ ଛୁରୀ ଭୁସି ହତ୍ୟା

ସମ୍ବଲପୁର : ପୂର୍ବ ଶତୃତାକୁ କେନ୍ଦ୍ର କରି ମହିଳାଙ୍କୁ ଛୁରୀ ଭୁସି ହତ୍ୟା  l ମୃତକ ହେଲେ ସାହୁ କଲୋନୀର ଲଳିତା ଦେବୀ   l  ଆଜି ଦିନ ପ୍ରାୟ 11 ଟା ସମୟରେ ସାହୁ କଲୋନୀରେ ଲଳିତାଙ୍କ ଜଣେ ବ୍ୟକ୍ତିଙ୍କ ସହ ଝଗଡା ହୋଇଥିଲା  l ଝଗଡା ଏତେ ବଢ଼ି ଯାଇଥିଲା ଯେ ଉକ୍ତ ବ୍ୟକ୍ତି ଜଣକ  ଏକ ଛୁରି ରେ ମହିଳାଙ୍କ ପେଟକୁ ଭୁସି ଦେଇଥିଲା  l ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ପଡା ବାସିନ୍ଦା ପ୍ରଥମେ ଜ଼ିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ନେଇଥିଲେ  l

ହେଲେ ଆବାସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ଭୀମସାରକୁ ଆଣିଥିଲେ  l   ଭିମସାରରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ଯୁ ଘଟିଛି  l ହତ୍ୟା କରିଥିବା  ପାଣ ହରିପାଳ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି  l  ଗତକାଲି ମଧ୍ୟ ଉଭୟଙ୍କ ମଧ୍ଯରେ ଝଗଡା ହୋଇଥିଲା  l  ତେବେ ଆଜି ହଠାତ୍ ପାଣ ଉତ୍ଯକ୍ତ ହୋଇ ଲଳିତାଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲା  l ଏହି ହତ୍ୟାକାଣ୍ଡ ପଛରେ କୋରେକ୍ସ ବେପାର ରହିଛି ବୋଲି ଟାଉନ ପୋଲିସ ସୂଚନା ଦେଇଛନ୍ତି  l