ମଟର ସାଇକେଲ ଚୋରି, କଏଦ ହେଲା ସିସିଟିଭି ଫୁଟେଜ

ସାଲେପୁର: ସାଲେପୁର ଥାନା ଅନ୍ତର୍ଗତ ସାପ୍ତାହିକ ହାଟରୁ ନିୟମିତ ବାଇକ୍ ଓ ମୋବାଇଲ ଚୋରି ହେଉଛି ।  ଏହାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ହାଟରେ ସିସିଟିଭି ଲଗାଇଥିଲେ। ହାଟରୁ ଏକ ବାଇକ୍ ଦୁର୍ବୃତ୍ତ ଚୋରି କରୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।  ଗତ ସପ୍ତାହରେ ସାଲେପୁର ସାପ୍ତାହିକ ହାଟରୁ ସାଲେପୁର କୃଷି ବିଭାଗର ଅବସରପ୍ରାପ୍ତ କୃଷି ଅଧିକାରୀ ଶରତ କୁମାର ସିଂହ ବାଇକ୍ ଯୋଗେ ଆସି ଏକ ସ୍ଥାନରେ ରଖି ପରିବା କିଣୁଥିଲେ ।

ଏହି ସମୟରେ ସେଠାରେ ପୂର୍ବରୁ ଛକି ରହିଥ‌ିବା ଦୁର୍ବୃତ୍ତ ତାଙ୍କୁ ପିଛାକରି ଗତିବିଧ‌ିକୁ ଲକ୍ଷ୍ୟକରିଥିଲେ ।  ହାଟ ମଧ୍ୟଭାଗକୁ ପଳାଇଗଲା ପରେ ଦୁର୍ବୃତ୍ତ ଜଣକ ବାଇକ୍ ନିକଟରେ ପହଞ୍ଚି  ଚାବିରେ ଖୋଲିବାରେ ପ୍ରଥମେ ବିଫଳ ହୋଇଥିଲେ ।  ପରେ ମାଷ୍ଟର ଚାବିରେ ବାଇକ୍ ଖୋଲି ଦ୍ରୁତଗତିରେ ନେଇ ପଳାଇଯାଇଥିଲେ ।  ଏହି ଘଟଣା ସିସିଟିଭିରେ କଏଦ ହେବା ପରେ ପୋଲିସ ଫୁଟେଜ୍‌କୁ ଆଧାରକରି ବାଇକ୍ ଚୋରି କରିଥିବା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.