ପୁରୀରେ ଚଳନ୍ତା ବାଇକ ଉପରକୁ ବୋମା ମାଡ, ଦୁଇ ଶ୍ରମିକ ଗୁରୁତର
ପୁରୀରେ ଚଳନ୍ତା ବାଇକ ଉପରକୁ ବୋମା ମାଡ କଲେ ଦୁର୍ବୃତ୍ତ l ପୁରୀ ଶ୍ରୀ କ୍ଷେତ୍ର କଲୋନୀ ନିକଟରେ ଘଟିଛି ଏହି ଅଘଟଣ l

ପୁରୀ : ପୁରୀରେ ଚଳନ୍ତା ବାଇକ ଉପରକୁ ବୋମା ମାଡ କଲେ ଦୁର୍ବୃତ୍ତ l ପୁରୀ ଶ୍ରୀ କ୍ଷେତ୍ର କଲୋନୀ ନିକଟରେ ଘଟିଛି ଏହି ଅଘଟଣ l ଚାରିଜଣ ଶ୍ରମିକ ଦୁଇଟି ବାଇକ ଯୋଗେ ମଧ୍ୟାହ୍ନ ଭୋଜନ ସାରି ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ବାଇକ ଉପରକୁ ବୋମା ମାଡ କରିଥିଲେ l ଫଳରେ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଥିବା ବେଳେ ଆଉ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି ଆହତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି l ତେବେ ବୋମା ମାଡ କାହିଁକି ହୋଇଛି ତାହା ଏବେ ଅସ୍ପଷ୍ଟ ରହିଛି l ପୂର୍ବ ଶତ୍ରୁତା କି ଆଉ କିଛି ତାହାକୁ ନେଇ ତାଳବଣିଆ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି l