ମା’ କୋଳରୁ ଛୁଆକୁ କୂଅରେ ପକାଇଦେଲା ଦୁର୍ବୃତ୍ତ !

ନରସିଂହପୁର : ମା’ କୋଳରୁ ଛୁଆକୁ ନେଇ କୂଅରେ ପକାଇଦେଲା ଦୁର୍ବୃତ୍ତ ! ଏମିତି ଅଭିଯୋଗ ହୋଇଛି କଟକ ନରସିଂହପୁର ଥାନା  ଅଂଚଳରେ | ଜଣେ ୬ ମାସର ଶିଶୁ ପୁତ୍ରର ମୃତଦେହ କୂଅରୁ ଉଦ୍ଧାର ହେବ ପରେ ଏପରି ଆଲୋଚନା ଜୋର ଧରିଛି | ଏହି ଅଘଟଣ ଦେଖିବାକୁ ମିଳିଛି  କଟକ ଜିଲ୍ଲା ନରସିଂହପୁର ଥାନା  ସୁବଳୟାଗ୍ରାମରେ  |

ସୂଚନା ଅନୁସାରେ, ଗ୍ରାମର ଚିତରଞ୍ଜନ ନାୟକଙ୍କ ସ୍ତ୍ରୀ ସହ ତାଙ୍କ ୬ ମାସର ପୁଅ ଅରୂପାନନ୍ଦ ପାଖରେ ଶୋଇଥିବା ବେଳେ  ପୁଅକୁ କେହି ଉଠାଇ ନେଇ  କୂଅରେ  ପକାଇ ଦେଇଥିବା ଅଭିଯୋଗ କରିଛନ୍ତି  ଚିତରଞ୍ଜନ ଓ ତାଙ୍କ ସ୍ତ୍ରୀ  |  ତେବେ ଏନେଇ ଅଧିକ ତଦନ୍ତ କରୁଛି ନରସିଂହପୁର  ପୋଲିସ  | ମା’ ପୁଅ ସାଙ୍ଗ ହୋଇ ଶୋଇଥିଲେ  ଓ କିଛି ସମୟ ପରେ ମା’ ଉଠି ଦେଖେତ ପୁଅ ପାଖରେ ନାହିଁ | ବହୁ ଖୋଜାଖୋଜି ପରେ ଦୂରରେ ଥିବା କୂଅରେ ପଡିଥିବା ଦେଖି ତାକୁ ଉଦ୍ଧାର କରି ନରସିଂହପୁର ଡାକ୍ତରଖାନା ନେଇଥିଲେ  | ହେଲେ ଡାକ୍ତର ସେଠାରେ  ତାକୁ ମୃତ  ଘୋଷଣା କରିଥିଲେ  |

You might also like