ମା ତାରାତାରିଣୀ ପରେ ନିର୍ମଳଝର ମନ୍ଦିରରୁ ହୁଣ୍ଡି ଭାଙ୍ଗିଲେ ଲୁଟେରା, ନେଇଗଲେ ଟଙ୍କା ଓ ପୂଜା ସାମଗ୍ରୀ

ଗଞ୍ଜାମ: ଚୋରଙ୍କ ଟାର୍ଗେଟରେ ମନ୍ଦିର । ୨ଦିନ ତଳେ ଗଞ୍ଜାମ ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ମା ତାରାତାରିଣୀଙ୍କ ମନ୍ଦିରରୁ ଚୋରି ହୋଇଥିଲା । ପୁଣି କାଲି ବିଳମ୍ବିତ ରାତିରେ ଖଲ୍ଲିକୋଟ ନିର୍ମଳଝର ମନ୍ଦିରରୁ ଚୋରି ହୋଇଛି । ମନ୍ଦିର ପରିସରରେ ଥିବା ଜଗନ୍ନାଥ ମନ୍ଦିର ଓ ଶିବ ମନ୍ଦିରର ହୁଣ୍ଡି ଭାଙ୍ଗିବା ସହ ପିତଳ ସାମଗ୍ରୀ ଚୋରି କରିଛନ୍ତି ଦୁର୍ବୃତ୍ତ । ଅଭିଯୋଗ ପରେ ଖଲ୍ଲିକୋଟ ଥାନା ପୋଲିସର ତଦନ୍ତ ଜାରି ।

ସେହିପରି ଗତ ୬ ତାରିଖରେ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ମନ୍ଦିର ତାଲା ଭାଙ୍ଗି ଲୁଟ୍ କରିଥିଲେ ଲୁଟେରା । ମଧ୍ୟ ରାତ୍ରରେ ଦୁର୍ବୃତ୍ତମାନେ ମନ୍ଦିରର ଗ୍ରିଲ ଭାଙ୍ଗି ଭିତରେ ପଶିଥିଲେ । ଏହାପରେ ସେମାନେ ମା’ଙ୍କ ରୂପା ମୁକୁଟ, ଛତ୍ରି, ସହ ବାହାର ହୁଣ୍ଡିରୁ ଲୁଟ କରିଥିଲେ । ସେମାନେ ପ୍ରାୟ ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ଟଙ୍କା ନେଇ ଯାଇଥିବା ଜଣାଯାଇଥିଲା ।

You might also like