ଅଟୋ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ, ଅଵସ୍ଥା ସଂକଟାପନ୍ନ

ଯାଜପୁର ଟାଉନ : ଯାଜପୁର ଥାନା ବୈଦରାଜପୁର ଅଞ୍ଚଳରେ ଅଟୋ ଭଡ଼ା ଆଳରେ ଅଟୋ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଆକ୍ରମଣରେ ଚଇନିପୁର ଅଞ୍ଚଳର ଅଟୋ ଚାଳକ ଶତୃଘନ ବେହେରା ଗୁରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ, ଶତୃଘନଙ୍କୁ ବୈଦରାଜପୁର ପୋଲ ନିକଟକୁ ଅଟୋ ଭଡ଼ା ଆଳରେ ଡକାଇ ମରଣାନ୍ତକ ଆକ୍ରମଣ ହୋଇଥିଲା ।

ଆକ୍ରମଣରେ ଶତୃଘନଙ୍କ ମୁଣ୍ଡ ଓ ଗୋଡ଼ରେ ଶକ୍ତ ଆଘାତ ଲାଗିଥିବା ବେଳେ ସ୍ଥାନୀୟ ଲୋକେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଵସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଛି ।