ରାଜଧାନୀରେ ପୁଣି ବୁଲିଲା ଖଣ୍ଡା, ବ୍ୟବସାୟୀଙ୍କୁ ଆକ୍ରମଣ
ଭୁବନେଶ୍ୱର : ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। ବାକି ଟଙ୍କା ମାଗିବାରୁ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ । ଭୁବନେଶ୍ୱର ସ୍ଥିତ ପଳାଶୁଣୀ ପ୍ରାଚି ବିହାରରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଆହତ ବ୍ୟକ୍ତି ପ୍ରଶାନ୍ତ ବେହେରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଘର ପ୍ରାଚି ବିହାରରେ । ପ୍ରଶାନ୍ତଙ୍କ ଦୋକାନୀରୁ ଦୀର୍ଘ ଦିନ ଧରି ପିଣ୍ଟୁ ନାୟକ ୫ ହଜାର ଟଙ୍କାର ସାମଗ୍ରୀ ବାକିରେ ନେଇଥିଲେ । ହେଲେ ଟଙ୍କା ଦେଉନଥିଲେ ।
ଗତକାଲି ସଂଧ୍ୟାରେ ପ୍ରଶାନ୍ତ ପିଣ୍ଟୁଙ୍କୁ ବାକି ଟଙ୍କା ମାଗିଥିଲେ । ବାକି ଟଙ୍କା ମାଗିବାରୁ ଉତକ୍ଷିପ୍ତ ହୋଇ ପିଣ୍ଟୁ ନାୟକ ଓ ତାଙ୍କ ସହଯୋଗୀ ଖଣ୍ଡାରେ ପ୍ରଶାନ୍ତଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପ୍ରଶାନ୍ତ ଜୀବନ ବିକାଳେ ଦୌଡ଼ି ପଳାଯାଇଥିଲେ। ପୂରା ଘଟଣାର ଚିତ୍ର ସିସିଟିଭିରେ କଏଦ ହୋଇଛି । ଏନେଇ ମଞ୍ଚେଶ୍ବର ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି ।