ପିପିଲି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ଦୁର୍ବୃତ୍ତଙ୍କ ଭଙ୍ଗାରୁଜା, ଜେଇଙ୍କୁ ଆକ୍ରମଣ ଅଭିଯୋଗ

ପିପିଲି :  ପିପିଲି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ଦୁର୍ବୃତ୍ତଙ୍କ ଭଙ୍ଗାରୁଜା କରିବା ସହ କମର୍ଶ ଏବଂ ମେଣ୍ଟେନାନସ ଜେଇଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି l ବିଦ୍ୟୁତ ଖୁଣ୍ଟକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ପରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି l ଆକ୍ରମଣ କରାଯାଇଥିବା କନିଷ୍ଠ ଯନ୍ତ୍ରୀ ହେଲେ କଲ୍ୟାଣ ସୁନ୍ଦର ଧର l 10 ରୁ 15 ଜଣ ବ୍ୟକ୍ତି ଅଫିସ ଭିତରେ ପଶି ଭଙ୍ଗାରୁଜା କରିଥିବା ପିପିଲି ଥାନାରେ ବିଦ୍ୟୁତ ବିଭାଗ ତରଫରୁ ଅଭିଯୋଗ ହୋଇଛି l କାର୍ଯ୍ୟାନୁଷ୍ଠାନ ଦାବିରେ ବିଦ୍ୟୁତ ବିଭାଗୀୟ କର୍ମଚାରୀମାନେ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି l ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ପୁରା ପିପିଲିକୁ ପାୱାର କାଟ କରାଯିବ ବୋଲି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି l

You might also like