କୋରେଇ ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ, ଚୋରଙ୍କୁ ଛଡେଇ ନେଲେ ଦୁର୍ବୃତ୍ତ

ଯାଜପୁର ରୋଡ : କୋରେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀଙ୍କୁ ସଂଘବଦ୍ଧ ଆକ୍ରମଣ । ଚୋରୀ ବାଇକ୍ ସିଜ୍ କରିବାକୁ ଆସିଥିବା ସମୟରେ କୋରେଇ ଥାନା ପୂର୍ବକୋଟ ହାଟ ନିକଟରେ ଥାନା କର୍ମଚାରିଙ୍କ ସହ ଥାନା ଅଧିକାରୀଙ୍କୁ ଆକ୍ରମଣ କରି ଚୋରୀ ଗାଡି ଛଡେଇ ନେଲେ ଦୁର୍ବୃତ୍ତ । ଥାନା ଗାଡି ଭାଙ୍ଗୀ ଚୋରଙ୍କୁ ଛଡେଇ ନେଲେ ଦୁର୍ବୃତ୍ତ ।

ସୂଚନା ଅନୁଯାୟୀ, କୁଆଖିଆ ଥାନା ଅଞ୍ଚଳରୁ ଚୋରୀ ହୋଇଥିବା ଏକ ବାଇକ୍ ସିଜ୍ କରିବାକୁ ଆଜି କୋରେଇ ପୋଲିସ କନ୍ତର ପଞ୍ଚାୟତ ତେଲେଙ୍ଗା ବସ୍ତି ନିକଟ ହାଟ ପଡ଼ିଆକୁ ଆସି ଚୋରଙ୍କୁ କାବୁ କରିଥିବା ବେଳେ ତେଲେଙ୍ଗା ବସ୍ତିର କିଛି ମହିଳା ସଂଘବଦ୍ଧ ଭାବେ ପୋଲିସକୁ ଆକ୍ରମଣ କରି ଗାଡି ଛଡାଇ ନେବା ସହ ଦୁର୍ବୃତ୍ତ ଙ୍କୁ ସେଠାରୁ ଫେରାର୍ କରି ପୋଲିସ ଗାଡି ଭଙ୍ଗାରୁଜା କରିଥିଲେ ।  ଆକ୍ରମଣରେ କୋରେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀଙ୍କ ଆହତ ହୋଇଥିବା ଜଣାପଡିଛି । ଯାଜପୁର ପୋଲିସ ପକ୍ଷରୁ ଘଟଣାସ୍ଥଳରେ ଚଢ଼ାଉ ଜାରି ରହିଛି । ଘଟଣାରେ ୧୫ ଉର୍ଦ୍ଧ ମହିଳା ଓ ପୁରୁଷ ଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି କୋରେଇ ପୋଲିସ ।