ଖୋର୍ଦ୍ଧା: ଟାଙ୍ଗୀ ପୋଲିସ ଶୋଇଛି ନିଘୋଡ଼ ନିଦରେ, ସିରିଜ୍ ଲୁଟପାଟ୍ ଓ ଲୋକଙ୍କୁ ଆକ୍ରମଣ କରି ଫେରାର ଲୁଟେରାମାନେ

ଟାଙ୍ଗୀ(କେନ୍ୟୁଜ୍): ଗୋଟିଏ ରାତିରେ ସିରିଜ ଚୋରୀ । ଦୁର୍ବୃତ୍ତମାନେ ୫ଟି ଘରୁ ଚୋରୀ କରିବା ସହ ଏକାଧିକ ଲୋକଙ୍କୁ ଆକ୍ରମଣ କରିଛନ୍ତି । ଆହତ ମାନେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ବାରମ୍ବାର ଚୋରୀ ଡକାୟତି ହେଉ ଥିଲେ ସୁଦ୍ଧା । ଟାଙ୍ଗୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ  ନେଇ ସ୍ଥାନୀୟ ଅଞ୍ଚଳରେ  ପ୍ରଶ୍ନବାଚୀ ସୃଷ୍ଟି  ହୋଇଛି।  ।

tangi 2

ଗତ କାଲି ରାତ୍ରୀ ପ୍ରାୟ ୧୨ ଟା ସମୟରେ ପ୍ରଥମେ  ଗୋଡି ପାଟଣା ସାହିରୁ ଛେଳି ଗୁହାଳରୁ ଗୁହାଳ ଭାଙ୍ଗି ଲୁଟେରା ମାନେ  ୩ ରୁ ୪ ଟି ଛେଳି ଲୁଟି କରି  ତାର ମାଂସ  କାଟି ନେଇ ଯାଇଥିବା ଅଭିଯୋଗ ହୋଇଛି। ଏହା ପରେ ଲୁଟେରା ମାନେ ଷଣ୍ଢ ସାହିରେ ମିଟୁ ଷଣ୍ଢଙ୍କ ଫାର୍ମ ହାଉସରେ ପଶି  ଫାର୍ମ ହାଉସରେ ଶୋଇଥିଵା କର୍ମଚାରୀ ମାନଙ୍କ ଠାରୁ ମୋବାଇଲ, ଟଙ୍କା ପଇସା,ଏଟିଏମ୍ କାର୍ଡ ଲୁଟି ନେଇଥିବା ବେଳେ ସେହି ଷଣ୍ଢ ସାହିରୁ ସମାନ ଢଙ୍ଗରେ  ପ୍ରଶାନ୍ତ ଷଣ୍ଢ ଓ  ଆଲୋକ ଷଣ୍ଢଙ୍କ ଘରେ ପଶି  ଲୋକ ମାନଙ୍କୁ ଆକ୍ରମଣ କରି ଟଙ୍କା ପଇସା ସୁନା ଗହଣା ଲୁଟି ନେଇଛନ୍ତି।

ଏହା ପରେ ତଳ ସାହିରେ ମମତା ମହାନ୍ତିଙ୍କ ଘରେ ପଶି ମମତାଙ୍କୁ ଆକ୍ରମଣ କରି ଟଙ୍କା ପଇସା ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟେରାଙ୍କ  ଆକ୍ରମଣରେ ମମତା ଗୁରୁତର ଆହତ ହୋଇଛନ୍ତି।  ଏ ନେଇ ପୋଲିସରେ ଅଭିଯୋଗ କରାଯାଇଛି। ହେଲେ ପୋଲିସର  ପ‍ାଟ୍ରୋଲିଂ  ହେଉନଥିବା ଯୋଗୁଁ ଚୋରୀ ଲୁଟ୍ ପାଟ୍ ବଢୁଥିବା ଲୋକେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.