ପୋଲିସ ଓ କର୍ମଚାରୀଙ୍କ ଉପରେ ଦୁର୍ବୃତ୍ତଙ୍କ ଆକ୍ରମଣ, ଦୁଇ ପୋଲିସ ଗୁରୁତର

ଯାଜପୁର: ପୋଲିସକୁ ମରଣାନ୍ତକ ଆକ୍ରମଣ । ଯାଜପୁର ବିଞ୍ଝାରପୁର ପୋଲିସ ଓ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ ।  ଯୁବକଙ୍କ କଟୁରୀ ଚୋଟରେ ଦୁଇ ପୋଲିସ ଗୁରୁତର ।  ଆହତ ପୋଲିସ ହେଲେ ସନ୍ଦୀପ କୁମାର ସାହୁ ଓ ୧୧୨ ଗାଡିର ଡ୍ରାଇଭର ପ୍ରଦିପ ସାମଲ । ଦୁଇ ଜଣଙ୍କୁ ଉଦ୍ଧାର କରି ବିଞ୍ଝାରପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି। ଅନ୍ୟପଟେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି। କିଏ ଓ କାହିଁକି ଆକ୍ରମଣ କଲା ସେନେଇ କାରଣ ଜଣାପଡିନି।

 

 

You might also like