ଦୁଇ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ପୋଲସରା : ଦୁଇ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ। ସ୍କୁଲର ବର୍ଷିକ ଉତ୍ସବ ଚାଲିଥିବା ବେଳେ ବୁଲିଲା ଖଣ୍ଡା। ଗଞ୍ଜାମ କବିସୂର୍ଯ୍ୟନଗର ସହର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସାମ୍ନାରେ ଦୁଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ଗୁରୁତର ହୋଇଛନ୍ତି ଦୁଇ ଯୁବକ। ଉଭୟ ହେଲେ ନୂଆଁସାହିର ସମୀର ବିଶ୍ୱାଳ ଓ ସତ୍ୟ ବିଶ୍ୱାଳ। ତେବେ ତାଙ୍କୁ କାହିଁକି ସଙ୍ଘବଦ୍ଧ ଆକ୍ରମଣ ହେଲା, ସେ ନେଇ ସ୍ପଷ୍ଟ ହୋଇ ନାହିଁ। ରବିବାର ରାତିରେ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଚାଲିଥିବା ବେଳେ ବିଦ୍ୟାଳୟ ବାହାରେ ଦୁଇ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଅତର୍କିତ ଭାବେ ଖଣ୍ଡାରେ ଆକ୍ରମଣ କରିଥିଲେ କିଛି ଲୋକ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କବିସୂର୍ଯ୍ୟନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ତଦନ୍ତ କରୁଛି।