ଘରେ ପଶି ଭୁଜାଲିରେ ଆକ୍ରମଣ କଲେ, ଲୁଟିନେଲେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଅଳଙ୍କାର

ସୋର : ଭୁଜାଲିରେ ଆକ୍ରମଣ କରି ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଅଳଙ୍କାର ସମେତ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଵାଲେଶ୍ଵର ଜିଲ୍ଲାସିମୁଳିଆ ଥାନା ଅନ୍ତର୍ଗତ ବାଟି ପଂଚାୟତ ବଣଗଡିଆ ଗ୍ରାମର ବ୍ୟବସାୟୀ ଆନନ୍ଦ ବେହେରାଙ୍କ ଘରେ ଘଟିଛି ଏପରି ଅଘଟଣ ।
6 ରୁ ଉର୍ଦ୍ଧ୍ବ ଦୁର୍ବୃତ୍ତ ବାଇକ ଆସି ଘର ପଛ ପଟରେ ଛାତ ଉପରେ ଚଢି ଘରେ ଭିତରକୁ ପଶିଥିଲେ l ଘରେ ପରିବାର ଲୋକ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ପ୍ରଥମେ ମୋବାଇଲଗୁଡିକ ଆଣି ଭାଙ୍ଗି ଦେଇଥିଲେ । ପରେ ଭୁଜାଲିରେ ପୁଅ ରତିକାନ୍ତଙ୍କ ହାତକୁ ଆକ୍ରମଣ କରି ଗଦରେଜ ଭାଙ୍ଗି 10 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସମେତ ସୁନା ରୁପା ଅଳଙ୍କାର ଲୁଟ କରି ଫେରାର ହୋଇଯାଇଥିଲେ l ଆକ୍ରମଣରେ ରତିକାନ୍ତ ଗୁରୁତର ହୋଇ ପ୍ରଥମେ ସିମୁଳିଆ ପରେ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି l
ସେହିପରି ମାର୍କୋଣା ବଜାରରେ ସମୀର ମୋବାଇଲ ଦୋକାନରେ ତାଲା ଭାଙ୍ଗି ଲୁଟ ଉଦ୍ୟମ କରୁଥିବା ବେଳେ ପାଖ ଦୋକାନୀ ମାଲିକ ସମୀରକୁ ଖବର ଦେବାରୁ ସମିରି ସିମୁଳିଆ ପୋଲିସକୁ ଖବର ଦେଇଥିଲେ l ସଙ୍ଗେ ସଙ୍ଗେ ପୋଲିସ ପହଁଚିବାରୁ 5 ଜଣ ଯୁବକ ଦୌଡି ପଳାଇ ଯାଉଥିବା ବେଳେ ପୋଲିସ 3 ଜଣଙ୍କୁ କାବୁ କରିଛି l ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି l ମୋବାଇଲ ଦୋକାନ ଲୁଟ ଉଦ୍ୟମର ସମସ୍ତ ଭିଡିଓ ସିସିଟିଭି କଏଦ ହୋଇଛି l