ବନ୍ଧୁକ ଭୁଜାଲି ଦେଖାଇ କଲେ ଆକ୍ରମଣ, ଗାଡ଼ି ଓ ଟଙ୍କା ଧରି ମାରିଲେ ଛୁ

ସୋର : ମରଣାତ୍ମକ ଆକ୍ରମଣ କରି ଟଙ୍କା ଓ ଗାଡି ଲୁଟିନେଲେ ଲୁଟେରା । ବାଲେଶ୍ଵରରୁ ସୋର ଫେରୁଥିବା ସମୟରେ ଶ୍ରୀଜଙ୍ଗ ନିକଟ ଯୋଡ଼ିପୋଲ ନିକଟରେ ସଶସ୍ତ୍ର ଡକାୟତି ହୋଇଛି । ୩ ଦୁର୍ବୃତ୍ତ ବନ୍ଧୁକ ଭୁଜାଲି ଦେଖାଇ ଆକ୍ରମଣ କରି ୨ଜଣଙ୍କ ଠାରୁ ୩୦ ହଜାର ଟଙ୍କା ସହ ଗାଡ଼ି ଲୁଟିନେଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ ବିଶ୍ୱଜିତ୍ ସାହୁ ଓ ଜିତେଶ ବେହେରା ବାଲେଶ୍ଵରରୁ କାମ ସାରି ଏକ ପଲସର ବାଇକ୍ ଯୋଗେ ଘରକୁ ଫେରୁଥିଲେ । ହଠାତ୍ ୩ ଜଣ ଯୁବକ ବିଶ୍ୱଜିତଙ୍କ ଗାଡ଼ିକୁ ଅଟକାଇ ଥିଲେ । ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରି ରକ୍ତାକ୍ତ କରିବା ସହ ବିଶ୍ୱଜିତଙ୍କ ପାଖରେ ଥିବା ୩୦ ହଜାର ଟଙ୍କା ସହ ପଲସର ଗାଡ଼ିକୁ ନେଇ ଫେରାର ହୋଇ ଯାଇଥିଲେ । ଖନ୍ତାପଡ଼ା ଓ ଗୋପାଳପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ହେଲେ ଏପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କ ଟେର୍ ମିଳିନି ।
ଆହୁରି ପଢ଼ନ୍ତୁ : ଲୁଟ୍ କରିବାକୁ ଆସି ବୃଦ୍ଧାଙ୍କୁ ପିଟି ମାରିଦେଲେ ଦୁର୍ବୃତ୍ତ, ଲୁଟେରା ଫେରାର