ମାଣିଆବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ସଙ୍ଗବଦ୍ଧ ଆକ୍ରମଣ ଅଭିଯୋଗ, ଥାନାରେ ଡାକ୍ତରଙ୍କ ଏତଲା

ନରସିଂହପୁର : ମାଣିଆବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ସଙ୍ଗବଦ୍ଧ ଆକ୍ରମଣ ଅଭିଯୋଗ । ଅପରାହ୍ନ ୪.୩୦ରେ ରୋଗୀ ନ ଦେଖିବାରୁ ଡାକ୍ତରଙ୍କ ବାସ ଭବନରେ ପଶି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ମାଣିଆବନ୍ଧ ମେଡିକାଲର ଡାକ୍ତର ଉଦୟ ଜ୍ୟୋତି ମଲ୍ଲିକଙ୍କ ପକ୍ଷରୁ ମାଣିଆବନ୍ଧ ଥାନାରେ ଏତଲା ଦିଆଯାଇଛି । ଥାନା ପକ୍ଷରୁ ସନ୍ତୋଷ ସେଠି, ପ୍ରକାଶ ସେଠି, ଜୀବନ ଦାସଙ୍କୁ ଅଟକ ରଖିଛି ପୋଲିସ । ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ପହଂଚି ଅଧିକ ତଦନ୍ତ ଚଳାଇଛନ୍ତି ।