ରାତ୍ର ଜଗୁଆଳୀଙ୍କ ଗାଡ଼ି ପୋଡ଼ିଲେ ଦୁର୍ବୃତ୍ତ
କନ୍ଧମାଳ : ରାତ୍ର ଜଗୁଆଳୀଙ୍କ ଗାଡ଼ି ପୋଡ଼ିଲେ ଦୁର୍ବୃତ୍ତ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଜିଲ୍ଲା ଶିକ୍ଷାଧିକାରୀଙ୍କ କ୍ୱାର୍ଟରରେ କାର୍ଯ୍ୟରତ ଥିବା ନାଇଟ ୱାଚରଙ୍କ ବାଇକ ପୋଡ଼ିଲେ। ବିଭିନ୍ନ ସମୟରେ କିଛି ଦୁର୍ବୃତ୍ତ ରାତିରେ ବାଉଣ୍ଡ୍ରି ଭିତରେ ପଶି ମଦ ପିଉଥିବାରୁ ବାରଣ କରିଥିଲେ ନାଇଟ୍ ୱାଚର ରମାକାନ୍ତ ମଲ୍ଲିକ। ଆଉ ପ୍ରତିଶୋଧ ପରାୟଣ ହୋଇ ଗତକାଲି ରାତିରେ ବାଉଣ୍ଡ୍ରୀ ୱାଲ୍ ଡେଇଁ ପେଟ୍ରୋଲ ଢାଳି ବାଇକ୍ ରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ।