ଚେକ୍ ଗେଟ୍‌ରେ ଟଙ୍କା ଆଦାୟ ନେଇ ତୁମୁଳକାଣ୍ଡ: ବିଚ୍‌ ରାସ୍ତାରେ ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ଅତ୍ୟନ୍ତ ଅମାନୁଷିକ ଭାବେ ମାଡ଼ ମାରିଲେ । ମହିଳା, ପୁରୁଷ ଓ ପିଲାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଦୁର୍ବୃତ୍ତମାନେ । କଟକ ମୁଣ୍ଡଳୀ ଚେକ୍‌ ଗେଟ ନିକଟରେ ଛତିଶଗଡ଼ ପର୍ଯ୍ୟଟକଙ୍କୁ ଏଭଳି ଭାବେ ମାଡ଼ ମାରିଥିଲେ । ଗତକାଲି ଚେକ୍‌ ଗେଟ୍‌ରେ ଟଙ୍କା ଆଦାୟ ନେଇ ତୁମୁଳକାଣ୍ଡ ଘଟିଥିଲା। ଚେକ୍‌ ଗେଟ୍‌ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଆଠଗଡ(କେନ୍ୟୁଜ୍): ଅତ୍ୟନ୍ତ ଅମାନୁଷିକ ଭାବେ ମାଡ଼ ମାରିଲେ । ମହିଳା, ପୁରୁଷ ଓ ପିଲାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଦୁର୍ବୃତ୍ତମାନେ । କଟକ ମୁଣ୍ଡଳୀ ଚେକ୍‌ ଗେଟ ନିକଟରେ ଛତିଶଗଡ଼ ପର୍ଯ୍ୟଟକଙ୍କୁ ଏଭଳି ଭାବେ ମାଡ଼ ମାରିଥିଲେ । ଗତକାଲି ଚେକ୍‌ ଗେଟ୍‌ରେ ଟଙ୍କା ଆଦାୟ ନେଇ ତୁମୁଳକାଣ୍ଡ ଘଟିଥିଲା। ଚେକ୍‌ ଗେଟ୍‌ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

police

ଆକ୍ରମଣରେ ଦଶରୁ ଅଧିକ ପୁରୁଷ ଓ ମହିଳା ଆହତ ହୋଇଛନ୍ତି। ୫ରୁ ଅଧିକ ଗୁରୁତରଙ୍କୁ ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏବେବି ଆଠଗଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ଛତିଶଗଡ଼ର ପର୍ଯ୍ୟଟକମାନେ । ଦୁଇଟି ବସ୍‌ ଭଙ୍ଗାରୁଜା କରିଛନ୍ତି ଚେକ୍‌ ଗେଟ୍‌ କର୍ମଚାରୀ। ଆଠଗଡ଼ ପୋଲିସ ଘଟଣାର ତଦନ୍ତ କରିଛି। ଛତିଶଗଡ଼ର ୭୦ରୁ ଅଧିକ ମହିଳା, ପୁରୁଷ ଓ ଛୋଟ ପିଲା ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଚେକ୍‌ ଗେଟ ନିକଟରେ ପଇସା ମାଗିବାକୁ ନେ଼ଇ ଏଭଳି ଘଟଣା ଘଟିଥିଲା।

ତେବେ ଘଟଣଶକୁ ନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ପ୍ରଶାସନ ପକ୍ଷରୁ ଆହତମାନଙ୍କୁ ଆଠଗଡ଼ ବିଜୁ ପଟ୍ଟନାୟକ କଲ୍ଯାଣ ମଣ୍ଡପ ପରିସରରେ ରହିବାର ବନ୍ଦୋବସ୍ତ କରାଯାଇଛି । ଖାଦ୍ୟ ଓ ପାନୀୟ ଜଳ ର ସୁବିଧା ସାଙ୍ଗକୁ ଡାକ୍ତରମାନଙ୍କ ଦ୍ୱାରା ପୁନଃ ସେମାନଙ୍କ ଚିକିତ୍ସା କରାଯାଇଛି।

Leave A Reply

Your email address will not be published.