ବରିଷ୍ଠ ନାଗରିକଙ୍କ ମୁଣ୍ଡ ଜାମିନ ରଖି ଦେଢ଼ କୋଟି ଟଙ୍କା ଦାବି: ୫ ଅଭିଯୁକ୍ତଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ

ଗତ ୨୫ ତାରିଖରେ ଭୁବନେଶ୍ୱର ଜଗନ୍ନାଥ ନଗର ଲେନ-୮ରେ ନିଜ ନିର୍ମାଣାଧୀନ ଘର ଦେଖିବା ପାଇଁ ଜଣେ ବରିଷ୍ଠ ନାଗରିକ ଯାଇଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା ।

ଭୁବନେଶ୍ବର(କେନ୍ୟୁଜ୍):ଅପହରଣ ପରେ ମୁଣ୍ଡ ଜାମିନ ରଖି ଦେଢ଼ କୋଟି ଟଙ୍କା ଦାବି । ୫ ଅଭିଯୁକ୍ତଙ୍କୁ ଗିରଫ କଲା ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ପୋଲିସ । ଗତ ୨୫ ତାରିଖରେ ଭୁବନେଶ୍ୱର ଜଗନ୍ନାଥ ନଗର ଲେନ-୮ରେ ନିଜ ନିର୍ମାଣାଧୀନ ଘର ଦେଖିବା ପାଇଁ ଜଣେ ବରିଷ୍ଠ ନାଗରିକ ଯାଇଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା । ଏକ ଧଳା ରଙ୍ଗର କାର୍‌ରେ ଅପହରଣକାରୀମାନେ ଆସି ତାଙ୍କୁ ରାସ୍ତାରୁ ଉଠାଇନେଇଥିଲେ ।

ଏହାପରେ ତାଙ୍କୁ ଛାଡ଼ିବା ପାଇଁ ଫୋନ ମାଧ୍ୟମରେ ସଂପୃକ୍ତ ବରିଷ୍ଠ ନାଗରିକଙ୍କୁ ଫୋନ ମାଧ୍ୟମରେ ଅଭିଯୋଗକାରୀ ଦେଢ଼ କୋଟି ଟଙ୍କା ମାଗିଥିଲେ । ଏହି ଘଟଣାରେ ଅଭିଯୋଗ ପରେ ଲକ୍ଷ୍ମୀସାଗର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଅପହରଣକାରୀମାନେ ଡେଲାଙ୍ଗ ଅଞ୍ଚଳରେ ବରିଷ୍ଠ ନାଗରିକଙ୍କୁ ଏକ ଘରେ ରଖିଥିଲେ । ପୋଲିସ ଓ ସ୍ପେଶାଲ ସ୍କ୍ଵାଡ ଚଢ଼ାଉ କରି ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ନିକଟରୁ ୫ଟି ମୋବାଇଲ ଫୋନ ଏବଂ ଅପହରଣରେ ବ୍ୟବହୃତ କାର୍‌କୁ ଜବତ କରିଛି ପୋଲିସ । ପଚରାଉଚରା ବେଳେ ଅଭିଯୁକ୍ତମାନେ ଅପରାଧ ନେଇ ସ୍ୱୀକାର କରିଛନ୍ତି ।

Leave A Reply

Your email address will not be published.