ରାଜନୈତିକ ଶତ୍ରୁତାରୁ ତୁମୁଳକାଣ୍ଡ, ଘରେ ପଶି ଯୁବକଙ୍କୁ ହାଣିଲେ

ବ୍ରହ୍ମପୁର: ଘରେ ପଶି ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁବୃର୍ତ୍ତ । ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।  ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାକୁଟୁ ଗ୍ରାମ ପଞ୍ଚାୟତର ପାରି ନୂଆଁ ଗାଁରେ । ରାଜନୈତିକ ଶତ୍ରୁତାକୁ ନେଇ ଖଣ୍ଡାରେ ଆକ୍ରମଣ ହୋଇଛି । ଗୁରୁତର ଯୁବକ ଜଣକ ହେଲେ ପାରିନୁଆଗାଁ ର ଗୋବିନ୍ଦ ପ୍ରଧାନଙ୍କ ପୁଅ ବିପ୍ର ପ୍ରଧାନ ।

ସୂଚନା ଅନୁସାରେ ଗତକାଲି ପାରିନୁଆଗାଁର ଗୋବିନ୍ଦ ପ୍ରଧାନଙ୍କ ପୁଅ ବିପ୍ର ପ୍ରଧାନ ଘରେ ଥିବା ବେଳେ ରାତି ୯ ଟାରେ ହଠାତ ୫ ରୁ ୭ ଜଣ ଦୁବୃର୍ତ୍ତଘର ଭିତର କୁ ପଶି ଆସି ଖଣ୍ଡାରେ ଆକ୍ରମଣ କରିଥିଲେ ।  ଏଥିରେ ବିପ୍ରଙ୍କ ମୁଣ୍ଡ, ପେଟ ଓ ହାତ ରେ ଗଭୀର ଆଘାତ ଲାଗିଥିଲା ।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଖଲ୍ଲିକୋଟ ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ସଂଘବଦ୍ଧ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।  ଘଟଣାସ୍ଥଳରେ ଖଲ୍ଲିକୋଟ ଥାନା ପୋଲିସ ପହଞ୍ଚି ତଦନ୍ତ କରିଥିଲା ।