ରାଜ୍ୟ

ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ ପଣ୍ଡ: ଲୁଟେରା ଗିରଫ, ଲକ୍ଷାଧିକ ଟଙ୍କା ଜବତ

ଭୁବନେଶ୍ୱର(କେନ୍ଯୁଜ୍): ଏସବିଆଇ ବ୍ୟାଙ୍କ୍‌ରୁ ଲୁଟ୍‌ ଉଦ୍ୟମ ପଣ୍ଡ । ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ ବେଳେ ଲୁଟେରା ଗିରଫ, ଲକ୍ଷାଧିକ ଟଙ୍କା ଜବତ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଟଳା ଷ୍ଟେଟ୍‌ ବ୍ୟାଙ୍କକୁ ଲୁଟ୍‌ ଉଦ୍ୟମ ବେଳେ ଗିରଫ ହେଲା ଲୁଟେରା । ଗିରଫ ଅଭିଯୁକ୍ତ ବାଲିଅନ୍ତା ଅଞ୍ଚଳର ଉମା ଶଙ୍କର ପରିଡା ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ୫ଟାରେ ବ୍ୟାଙ୍କ୍‌ ବନ୍ଦ ହେବା ବେଳେ ଲୁଟେରା ବ୍ୟାଙ୍କ୍‌ ଭିତରେ ପଶି ପିଅନ ଗଙ୍ଗାଧରଙ୍କୁ ଛୁରୀ ଦେଖାଇ ଭୟଭୀତ କରିଥିଲା । ସେହି ସମୟରେ ବ୍ୟାଙ୍କରେ ୪ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ରେକର୍ଡ ରୁମ୍‌ ଭିତରେ ବନ୍ଦ କରି ଲୁଟ୍‌ ଉଦ୍ୟମ କରିଥିଳା । ନଗଦ ୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସୁନା ଅଳଙ୍କାର ଲୁଟି ଚମ୍ପଟ ମାରିଥିଲା । ବ୍ୟାଙ୍କ କର୍ମଚାରୀ ଓ କିଛି ସ୍ଥାନୀୟ ଯୁବକ ଲୁଟେରାକୁ ଗୋଡାଇ ବିଲ ଭିତରେ କାବୁ କରି ନିର୍ଦ୍ଧୁମ ଛେଚିବା ପରେ ପୋଲିସ ଜିମା ଦେଇଥିଲେ । ବାଲିଅନ୍ତା ପୋଲିସ ଘଟଣାସ୍ଥଳରୁ ଯୁବକକୁ ଗିରଫ କରି ଟଙ୍କା, ସୁନା, ବାଇକ ଆଦି ଜବତ ସହ ଅଧିକ ତଦନ୍ତ ଜାରି ରଖିଛି ।

Sonalisa

Recent Posts

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

14 mins ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

26 mins ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

40 mins ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

55 mins ago

ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି, ଆଜି ହିଟ ୱେଭ ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି ।  ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଇଥିବାରୁ ଅଧିକ ଗୁଳୁଗୁଳି…

1 hour ago

ଶେଷ ପର୍ଯ୍ୟାୟ ନିର୍ବାଚନ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ କ୍ୟାମ୍ପେନ ଘମାସାନ । ଆଜି ଓଡ଼ିଶାର ୩ଟି ସ୍ଥାନରେ…

1 hour ago