ସପିଂମଲ୍ ଉପରେ ଗୁଳିମାଡ଼, ଗୁଳିମାଡ଼ର କାରଣ ଅସ୍ପଷ୍ଟ

ସୋର : ସପିଂମଲ୍ ଉପରେ ଗୁଳିମାଡ଼ । ବାଲେଶ୍ବର ଜିଲା ସୋର ବାଗୁଡି଼ବଜ଼ାର ଥିବା ବିଟି ସପିଙ୍ଗ ମଲ ଉପରକୁ ଦୁଇରାଉଣ୍ଡ ଗୁଳିମାଡ କରିଛନ୍ତି ଦୃବୃତ୍ତ l ଗୁଳିମାଡ଼ ଯୋଗୁଁ ତୃତୀୟ ମହଲାର କାଚ ଭାଙ୍ଗିଯାଇଛି । ଖଵର ପାଇ ସୋର ପୋଲିସ ତନାଘନା ଚଳାଇଛି l ଗୁଳିମାଡ ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ।