ବାଙ୍ଗିରିପୋଷି : ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ଯୁବକ । ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡ଼ିଆ ଛକରେ ଘଟିଛି ଏହି ଅଘଟଣ । ଆହତ ଯୁବକ ହେଲେ ସ୍ଥାନୀୟ ଅଞ୍ଚଳର ଶିବାନନ୍ଦ । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି କିଛି କହିବା ଆଗରୁ ଫୁଟାଇଥିଲା ବନ୍ଧୁକ । ଯୁବକଙ୍କ କାନରେ ବାଜି ଚାଲିଯାଇଥିଲା ଗୋଳି, ତେବେ ଘଟଣା ସ୍ଥଳରେ ପାଞ୍ଚଟି ଖୋକା ପଡ଼ିଥିବା ବେଳେ କୁଳିଅଣା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଆହତ ଯୁବକଙ୍କୁ ବାରିପଦା ପିଆରଏମ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।