ସ୍କୁଲ ଯାଉଥିଲା ପୁଅ, କିନ୍ତୁ ହଠାତ୍‌ ଏମିତି କିଛି ହେଲା ଯେ ପୁଅ ସ୍କୁଲ ବଦଳରେ ଗଲା ହସ୍ପିଟାଲ

କଣ୍ଟାମାଳ : ସ୍କୁଲ ଯାଉଥିଲା ପୁଅ, କିନ୍ତୁ ହଠାତ୍‌ ଏମିତି କିଛି ହେଲା ଯେ ପୁଅ ସ୍କୁଲ ବଦଳରେ ଗଲା ହସ୍ପିଟାଲ । ଘରୁ ଭଲରେ ବାହାରିଥିବା ପୁଅ ହଠାତ୍‌ ରାସ୍ତାରେ ହୋଇଗଲା ଅଚେତ୍‌ । ହେଲେ କେମିତି, କାହିଁକି ଆଉ କେଉଁ ପରିସ୍ଥିତିରେ ଅଚେତ ହେଲା ପୁଅ । ବାଟରେ ତାସହିତ କଣ ଏମିତି ଘଟିଲା । କାହିଁକି ପୁଅ ହସ୍ପିଟାଲ ଗଲା । ଏମିତି ଅନେକ କଥା ଉଙ୍କି ମାରୁଛି ପରିବାର ଲୋକଙ୍କ ମନରେ ।

ଦେଖନ୍ତୁ ଆମ୍ବୁଲାନ୍ସ ଭିତରୁ ବାହାରୁଥିବା ଏ ପିଲାଟିକୁ । ୧୦ମ ଶ୍ରେଣୀରେ ପଢ଼େ । ସବୁଦିନ ପରି ସେଦିନ ବି ସେ ଘରୁ ସାଇକେଲ ନେଇ ସ୍କୁଲ ଯିବାକୁ ବାହାରିଥିଲା । ସେଦିନ ବି ସେ ସାଇକେଲ ନେଇ ଯାଉଥିଲା ହେଲେ ବାଟରେ ସେ ପରିସ୍ରା କରିବାକୁ ଅଟକିଲା । ଆଉ ତାପରେ ତାସହ କିଛି ଏମିତି ଘଟଣା ଘଟିଲା, ଯାହା ସବୁ ଅଭିବାବକଙ୍କ ମରେ ଭୟ ଖେଳାଇଦେବ । ନିଜ ପିଲାର ସୁରକ୍ଷାକୁ ନେଇ ଚିନ୍ତା ହେବ । ପୁଅର ଏପରି ଅବସ୍ଥା ଦେଖି ବାପା ମାଆଙ୍କ ସହିତ ସମସ୍ତେ ଚିନ୍ତାରେ । ଆମ ପୁଅ ପୁଣି କାହାର କଣ କଲା । ତାକୁ କିଏ କାହିଁକି ଏମିତି କଲା ।

ତେବେ ଆସନ୍ତୁ ଜାଣିବା ସେଦିନ ସ୍କୁଲ ଯିବା ବାଟରେ ତାସହିତ କଣ ଘଟିଥିଲା । ସ୍କୁଲକୁ ପାଠ ପଢିବାକୁ ଆସୁଥିବା ୧୦ମ ଶ୍ରେଣୀ ଛାତ୍ରକୁ ଧରି ପକାଇ ଇଞ୍ଜେକ୍ସନ ଦେଇଦେଲେ ୫ ଜଣ ଯୁବକ । ସବୁଦିନ ଭଳି ଆଜି ମଧ୍ୟ ତୁଳସୀକଟା ଗାଁର କାଶୀ ବାଗଙ୍କ ପୁଅ ସମ୍ବିତ ବାଗ ଗଵଯୋର ଉଚ୍ଚ ବିଦ୍ୟାଳୟକୁ ଆସୁଥିଲା । ତେବେ ସ୍କୁଲକୁ ପହଞ୍ଚିବା ପୂର୍ବରୁ ଗଵଯୋର ଗାଁରେ ହଠାତ ୫ ଜଣ ଅଜଣା ଯୁବକ ଆସି ସମ୍ବିତକୁ ମାଡ଼ି ବସି ଏକ ଇଞ୍ଜେକ୍ସନ ଦେଇଦେଇଥିଲେ । ଫଳରେ ସେହିଠାରେ ହିଁ ଅଚେତ ହୋଇଯାଇଥିଲା ସମ୍ବିତ ।
ଗୁରୁତର ସମ୍ବିତକୁ ସ୍ଥାନୀୟ ଲୋକେ ଓ ପରିବାର ଲୋକ ମିଶି ସୋନପୁର ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଛନ୍ତି । ଅଚେତ ସମ୍ବିତର ଏବେ ଚିକିତ୍ସା ଆରମ୍ଭ କରିଛନ୍ତି ଡାକ୍ତର । ତେବେ ଦୁର୍ବୁତ୍ତମାନେ କିଏ ଓ କାହିଁକି ସମ୍ବିତକୁ ଏହିଭଳି ଇଞ୍ଜେକ୍ସନ ଦେଲେ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏ ସମ୍ପର୍କରେ ମନମୁଣ୍ଡା ପୋଲିସର ପ୍ରତିକ୍ରିୟା ମିଳିନାହିଁ । ତେବେ ଶୁଣନ୍ତୁ କଣ କହୁଛନ୍ତି ସମ୍ବିତ୍‌ । ସେଦିନ କଣ ଘଟିଥିଲା ତାଙ୍କ ସହ ଆଉ କେମିତି ।

ଏ ଘଟଣା ଘଟିବା ପରେ ଏବେ ନିଜ ପିଲାମାନଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ଅଭିବାବକ । ଯଦି ବାଟରେ ତାଙ୍କ ସହ ଏମିତି ଘଟିବ ତାହେଲେ କଣ ଆଉ ବାପା ମାଆ ତାଙ୍କ ପିଲାଙ୍କୁ ସ୍କୁଲ ପଠାଇବେନି । ନିହାତି ଭାବେ ପୋଲିସ ଏହାକୁ ଅତି ଗୁରୁତ୍ୱର ସହ ନେଇ କଡା କାର୍ଯ୍ୟାନୁଷ୍ଠାନ ନେବା ଉଚିତ । ନଚେତ ଅନ୍ୟ ପିଲାଙ୍କର ବି ସମ୍ବିତ ଭଳି ଅବସ୍ଥା ହୋଇପାରେ । କିଏ ଜାଣିଲା କଣ ତାଙ୍କର ଉଦ୍ଦେଶ୍ୟ ଥିଲା ଏମିତି ଇଞ୍ଜେକସନ୍‌ ସେମାନେ କାହିଁକି ଦେଲେ । କିନ୍ତୁ ଗୋଟେ ବଡ ବିପଦରୁ ଟଳିଗଲା ସମ୍ବିତ୍‌ ।