ଅବସର ଅଧ୍ୟାପକଙ୍କୁ ଭୁଜାଲିରେ ହାଣି ଲୁଟ୍,୪୦ ହଜାର ନଗଦ ଟଙ୍କା ସହ ୨ ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ ସୁନା ଅଳଙ୍କାର ଲୁଟ ଅଭିଯୋଗ

ପାରାଦୀପ : ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ଭୁଜାଲିରେ ହାଣି ଲୁଟ୍ । କୁଜଙ୍ଗ ଥାନା ଅନ୍ତର୍ଗତ ହସିଣା ଗ୍ରାମରେ । ଅବସରପ୍ରାପ୍ତ ଅଧ୍ୟାପକ ଦେବୀପ୍ରସାଦ ମିଶ୍ରଙ୍କ ଘରେ ପଶି ଦୁଇ ଦୁର୍ବୁତ୍ତ ତାଙ୍କୁ ଭୁଜାଲିରେ ହାଣିବା ସହ ୪୦ ହଜାର ନଗଦ ଟଙ୍କା ଓ ୨ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ସୁନା ଅଳଙ୍କାର ଲୁଟ୍ ହୋଇଥିବାର ଅଭିଯୋଗ । ଦୁଇ ଦୁର୍ବୁତ୍ତ ପ୍ରଥମେ ଦେବୀପ୍ରସାଦଙ୍କ ଘର ଭିତରକୁ ପଶି ଘରେ ଥିବା ଛୋଟ ପିଲା ବେକରେ ଧାରୁଆ ଭୁଜାଲି ଲଗାଇ ଦେବୀପ୍ରସାଦଙ୍କ ବୋହୁ ପିନ୍ଧିଥିବା ସୁନା ଅଳଙ୍କାର ନେବା ସହ ଘର ଭିତରେ ରଖାଯାଇଥିବା ୪୦ ହଜାର ଟଙ୍କା ଓ ସୁନା ଅଳଙ୍କାର ନେବା ସମୟରେ ଦେବୀପ୍ରସାଦ ଏହାର ପ୍ରତିବାଦ କରିବାରୁ ତାଙ୍କ ଦୁଇ ହାତକୁ ଭୁଜାଲି ସାହାଯ୍ୟରେ ହାଣିଥିଲେ ।
ଲୁଟ କରିସାରି ଯିବା ସମୟରେ ସିସିଟିଭିର ହାଡଡିକ୍ସ ମଧ୍ୟ ଦୁର୍ବୁତ୍ତ ଦୁଇଜଣ ନେଇଯାଇଥିଲେ। ଭୟଭୀତ ହୋଇ ଦେବୀପ୍ରସାଦ ଙ୍କ ପରିବାର ବାହାରକୁ ନବାହାରି ସମ୍ପର୍କୀୟ ମାନଙ୍କୁ ଫୋନ ଯୋଗେ ଡାକି ଥାନା କୁ ଫୋନ କରିଥିଲେ। ଘଟଣା ସ୍ଥଳରେ କୁଜଙ୍ଗ ପୋଲିସ ତଦନ୍ତ ଆରମ୍ଭ କରୁଥିବା ବେଳେ ଜଗତସିଂହପୁର ଏସ୍ ପି ସେଠାରେ ପହଞ୍ଚି ଖୁବ୍ ଶୀଘ୍ର ଅଭିଯକ୍ତଙ୍କୁ ଧରାଯିବ ବୋଲି ଆଶ୍ୱସନା ଦେଇଥିବା ଦେବୀପ୍ରସାଦ ପ୍ରକାଶ କରିଛନ୍ତି ।