ବନ୍ଧୁକ ଦେଖାଇ ଲୁଟିନେଲେ ଦୋକାନ ଚାବି ସହ ମୋବାଇଲ, ଟଙ୍କା

ସାଲେପୁର : ପୁଣି ଲୁଟ୍‌ ଅଭିଯୋଗ । ବନ୍ଧୁକ ମୁନରେ ଲୁଟୁଛନ୍ତି ଲୁଟେରା। ସାଲେପୁର କଲେଜ ପୋଲ ନିକଟରୁ ବନ୍ଧୁକ ଦେଖାଇ ମୋବାଇଲ, ଟଙ୍କା, ଦୋକାନ ଚାବି ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ବଟେଶ୍ୱର ଗ୍ରାମର ପ୍ରତାପ ରଞ୍ଜନ ଦାସ ନିଜର ଶିଶୁ ମନ୍ଦିର ରୋଡ଼ ରେ ଥିବା ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ତିନି ଜଣ ଯୁବକ ସାଲେପୁର କଲେଜ ପୋଲ ନିକଟରେ ଅଟକାଇ ଥିଲେ । ସେମାନେ ଏକ ବନ୍ଧୁକ ଶ୍ରୀ ଦାସଙ୍କ ମୁଣ୍ଡ ରେ ଲଗାଇ ତାଙ୍କ ପକେଟରେ ଥିବା ଏକ ମୋବାଇଲ, ଚଉଦ ହଜାର ଟଙ୍କା, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ଦୋକାନ ଚାବି ନେଇ କେନ୍ଦ୍ରାପଡା କେନାଲ ବନ୍ଧରେ ବାଇକରେ ତିନି ଜଣ ଯୁବକ ଫେରାର ହୋଇଯାଇଥିଲେ । ଏ ସମ୍ପର୍କରେ ଶ୍ରୀ ଦାଶ ସାଲେପୁର ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like