ଏଟିଏମ୍ ଭାଙ୍ଗି ଲୁଟିଲେ, ପ୍ରମାଣ ନଷ୍ଟ ପାଇଁ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ଢେଙ୍କାନାଳ : ଏଟିଏମ୍ ଭାଙ୍ଗି ଲୁଟିଲେ ।  ଶେଷରେ ପ୍ରମାଣ ନଷ୍ଟ ପାଇଁ କ୍ୟାମେରା ଓ ହାର୍ଡଡିସ୍କ ଭାଙ୍ଗିବା ସହ ଏଟିଏମ୍‌ରେ ନିଆଁ ଲଗାଇ ଦେଇଛନ୍ତି । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ନିକଟରେ NH-୫୫ ପାଖରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ହୋଇଛି ।

ସୂଚନା ଅନୁସାରେ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍‌କୁ ତାଡି ଟଙ୍କା ବାହାର କରିଥିଲେ । ଆଉ ପ୍ରମାଣ ନଷ୍ଟ କରିବାରୁ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା, ହାର୍ଡଡିସ୍କକୁ ଭାଙ୍ଗି ସାଂଗରେ ନେଇଯାଇଥିଲେ ।  ଏତିକିରେ ଲୁଟେରାଙ୍କ ହରକତ ସରିନଥିଲା ।  ଏଟିଏମ୍‌ରେ ନିଆଁ ଲଗାଇ ପୋଡି ଦେଇଥିଲେ । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଲୁଟେରାଙ୍କ ପିଛା କରିଥିଲା ।  ମୋଟଙ୍ଗା ଥାନା ଅଞ୍ଚଳରୁ କାର୍‌ ସହ ୨ ଲୁଟେରାଙ୍କୁ କାବୁ କରିଥିଲା । ତେବେ ପୋଲିସକୁ ଚକ୍‌ମା ଦେଇ ଅନ୍ୟ ଏକ କାର୍‌ରେ ଟଙ୍କା ସହ ଲୁଟେରା ଖସି ଯିବାକୁ ସକ୍ଷମ ହୋଇଥିଲେ ।