କଟକ ନରସିଂହପୁର ଋଷୀପଡା ଛକରେ ଲୁଟ୍, ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ବ୍ୟକ୍ତିଙ୍କ ଠାରୁ ୪ଲକ୍ଷ ୬୦ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

କଟକ: ବନ୍ଧୁକ ମୁନରେ ଲୁଟ୍‌। ଲୁଟିନେଲେ ୪ଲକ୍ଷ ୬୦ହଜାର ଟଙ୍କା । କଟକ ଜିଲ୍ଲା ନରସିଂହପୁର ବ୍ଲକ ଋଷୀପଡା ଛକରେ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଦୋକାନ ବନ୍ଦ କରି ଜଣେ ବ୍ୟକ୍ତି ଘରକୁ ଫେରୁଥିଲେ । ହଠାତ ଏକ ଆପାଚି ବାଇକରେ ୨ଜଣ ଦୁର୍ବୁତ୍ତ ଆସି ବନ୍ଧୁକ ଦେଖାଇ ଭୟଭିତ କରିବା ସହ ୪ଲକ୍ଷ ୬୦ହଜାର ଟଙ୍କା ଲୁଟିନେଇଥିଲେ। ଏନେଇ ଥାନାରେ ଏତଲା ଦିଆଯାଇଛି । ଲୁଟ୍‌ ପରେ ଦୁର୍ବୁତ୍ତମାନେ ନିକଟସ୍ଥ ବାଣପୁରଠାରେ ଦୁବୃର୍ତ୍ତମାନେ ବାଇକ୍‌ ଛାଡି ପଳାଇଛନ୍ତି ।

Leave A Reply

Your email address will not be published.