ଘରର ଗ୍ରୀଲ ତାଲା ଭାଙ୍ଗି ସୁନାଗହଣା ସହ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ଘଟଗାଁ(କେନ୍ୟୁଜ୍): ସୁନାଗହଣା ସହ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। କେନ୍ଦୁଝର ଜିଲ୍ଲା ପାଟଣାଥାନା ଅନ୍ତର୍ଗତ ଦୁର୍ଗାଦେଇପୁର ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ସୁନାଗହଣା ସହ ଟଙ୍କା ଲୁଟିନେଇଛନ୍ତି କିଛି ଦୁର୍ବୁତ୍ତ। ସୂଚନା ମୁତାବକ, ଗାଁର ପ୍ରକାଶ ପ୍ରଶାନ୍ତ ନାଏକ ନିଜ ବିଲ କୁ ସ୍ତ୍ରୀ,ପୁଅ,ବୋହୂଙ୍କ ସହ ମିଶି ଧାନ କାଟିବାକୁ ଯାଇଥିବା।

ଠିକ୍ ସେହି ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ଘରର ଗ୍ରୀଲ ତାଲା ଭାଙ୍ଗି ଗଡ଼ରେଜ ତାଡି,ବାକ୍ସ ଭାଙ୍ଗି ବିଭିନ୍ନ ସୁନା ଅଳଙ୍କାର ସହ ନଗଦ ୧୦ହଜାର ଟଙ୍କା ଲୁଟି ନେଇଛନ୍ତି । ଖବର ପାଇ ପାଟଣା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିବା ସହିତ ଅଧିକ ତଦନ୍ତ ଚଳାଇଥିବା ଜଣା ପଡିଛି ।