ଦିବ୍ୟାଙ୍ଗକୁ ବି ଛାଡ଼ିଲେନି ଲୁଟେରା, ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଅଳଙ୍କାର ଓ ଟଙ୍କା

ଦିବ୍ୟାଙ୍ଗକୁ ବି ଛାଡ଼ିଲେନି ଲୁଟେରା । ଡରାଇ ଧମକାଇ କଲେ ଲୁଟ୍ । ମୋହନା ଥାନା ମେରାପଲ୍ଲୀ ଗାଁ ନିକଟ ଜାତୀୟ ରାଜପଥରୁ ଦିବ୍ୟାଙ୍ଗକୁ ଠାରୁ ଲୁଟ କରିଛନ୍ତି ଲୁଟେରା ।

ମୋହନା (କେନ୍ୟୁଜ): ଦିବ୍ୟାଙ୍ଗକୁ ବି ଛାଡ଼ିଲେନି ଲୁଟେରା । ମୋହନା ଥାନା ମେରାପଲ୍ଲୀ ଗାଁ ନିକଟ ଜାତୀୟ ରାଜପଥରୁ ଦିବ୍ୟାଙ୍ଗକୁ ଠାରୁ ଲୁଟ କରିଛନ୍ତି ଲୁଟେରା ।

ଗତକାଲି ବିଳମ୍ବିତ ରାତିରେ ମେରାପଲି ଛକରେ ଥିବା ନିରଞ୍ଜନ ସାହୁ ଓ ବାସୁଦେବ ସାହୁଙ୍କ ଦୋକାନକୁ ୬ଜଣ ଦୁର୍ବୃତ୍ତ ଆସିଥିଲେ । ରାତି ପ୍ରାୟ ସାଢେ ୩ଟାରେ ଉଭୟଙ୍କ ଦୋକାନ କବାଟ ଖୋଲିବାକୁ କହି କିଛି ଜିନିଷ ମାଗିଥିଲେ। ଏହାପରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ନିରଞ୍ଜନଙ୍କ ଠାରୁ ମୋବାଇଲ ଲୁଟି ନେଇଥିଲେ । ପରେ ବାସୁଦେବଙ୍କ ଦୋକାନରୁ କିଛି ଟଙ୍କା ଲୁଟି ନେବା ସହ ତାଙ୍କ ପତ୍ନୀ ପିନ୍ଧିଥିବା ସୁନା ଚେନ ଓ ରୁପା ପାଉଁଜି ଲୁଟି ନେଇଥିଲେ ।

ବାସୁଦେବ ଦିବ୍ୟାଙ୍ଗ ହୋଇଥିବା କହି ନେହୁରା ହୋଇଥିଲେ ମଧ୍ୟ ତାଙ୍କୁ ଛାଡିନଥିଲେ ଲୁଟେରା । ଏ ସମ୍ପର୍କରେ ମୋହନା ଥାନାରେ ଅଭିଯୋଗ କରିଛନ୍ତି ଲୁଟର ଶିକାର ହୋଇଥିବା ବ୍ୟକ୍ତି । ଗତ ବର୍ଷେ ତଳେ ଏହି ଛକରେ ଥିବା ସଞ୍ଜୟ କୁମାର ସାହୁଙ୍କ ଘରୁ ପୋଲିସ ପରିଚୟ ଦେଇ ଲୁଟ କରିଥିଲେ ଦୁର୍ବୃତ୍ତ । ଆଜିର ଏହି ଘଟଣା ପରେ ଲୋକେ ଭୟଭୀତ ହୋଇ ରହିଛନ୍ତି ।

Leave A Reply

Your email address will not be published.