ଫିଲ୍ମ ଷ୍ଟାଇଲରେ ନିଶା ଖୁଆଇ ଯୁବଙ୍କଠାରୁ ଲୁଟିନେଲେ ଦୁର୍ବୃତ୍ତ

ସମ୍ବଲପୁର(କେନ୍ୟୁଜ୍) : ବୁର୍ଲାରେ ଏକ ଅଭାବନୀୟ ଘଟଣା।  ଫିଲ୍ମ ଷ୍ଟାଇଲରେ ଜଣେ ଯୁବଙ୍କ ଠାରୁ ଲୁଟ ହୋଇଥିବା ଦେଖିବାକୁ ମିଳିଛି। ଯୁବକ ଜଣଙ୍କ ଭଞ୍ଜନଗରରୁ ହାଇଟେକ ନାମକ ଏକ ଘରୋଇ ବସରେ କୋୖଣସି କାର୍ଯ୍ୟରେ ସମ୍ବଲପୁର ଆସିଥିଲେ। ତେବେ ତାଙ୍କୁ କେହି ଅଜଣା ବ୍ୟକ୍ତି ନିଶା ଖୁଆଇ ତାଙ୍କ ଠାରୁ ସର୍ବସ୍ୱ ଲୁଟ୍ କରିଥିବା ଯୁବକ ଜଣଙ୍କ କହୁଥିବାବେଳେ ସେ ନିଜ ନାଁ କୁ ମଧ୍ୟ ଠିକ ଭାବେ କହିପାରୁନଥିଲେ।

ବୁର୍ଲା ବସଷ୍ଟାଣ୍ଡର କିଛି କର୍ମଚାରୀ ଯୁବକଙ୍କୁ ଉଦ୍ଧାର କରି ତାଙ୍କର ପରିଚୟ ଖୋଜାଖୋଜି କରିଥିଲେ । ଯାହାପରେ ଯୁବକ ଜଣଙ୍କ ଗଂଜାମ ଜିଲ୍ଲା ବେଳଗୁଣ୍ଠା ଅଞ୍ଚଳର ବିକାଶ ସ୍ୱାଇଁ ବୋଲି ଜଣାପଡିଥିଲା। କେଉଁ କାର୍ଯ୍ୟ ପାଇଁ ଆସିଥିଲେ ତାହା ଜଣାପଡିନାହିଁ। ବୁର୍ଲା ପୋଲିସ କୁ ଖବର ଦେବା ପରେ ବୁର୍ଲା ପୋଲିସ୍ ବସଷ୍ଟାଣ୍ଡକୁ ଆସି ନିଶାସକ୍ତ ବିକାଶଙ୍କୁ ଉଦ୍ଧାର କରି ଭୀମସାରକୁ ନେଇ ଚିକିତ୍ସା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.