ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ ହୋଇଥିଲା । ଯାହା ସୁଚନା ରହିଛି, ଗତ ଦେଢ଼ ବର୍ଷ ତଳେ ଅବକାରୀ ବିଭାଗ ଏହି ଠିପି ଖୋଲା ମଦ ଦୋକାନକୁ ଆସି ବିଭିନ୍ନ କାଗଜ ପତ୍ର ଯାଂଚ କରି ଷ୍ଟକ୍ ଯାଂଚ କରିଥିଲା । ଏଥିରେ ବିଭାଗ ଅନିୟମିତତା ପାଇବାୁ ହୋଟେଲକୁ ସିଲ୍ କରିଥିଲା । ସେହି ଦିନ ଠାରୁ ଏହି ଦୋକାନ ସିଲ୍ ହୋଇ ରହିଥିଲା ।
ଯାହା ହୋଟେଲ ମାଲିକ ଗିରିସ୍ ଛାବ୍ରା ଓ ଭାଇ ରାକେଶ ଛାବ୍ରା ଏତଲା ଦେଇଛନ୍ତି । ହେଲେ ବର୍ତ୍ତମାନ ହୋଟେଲର ପଛ ଦ୍ୱାରରୁ କେହି ଦୁର୍ବୁତ୍ତ ସିଲ୍ ଭାଙ୍ଗିବା ସହ ଗ୍ରିଲ ଗେଟ ଓ ସଟର ଭାଙ୍ଗି ଭିତରୁ ଚୋରୀ କରିଛି । ଶୁକ୍ରବାର ରାତିରେ ଉତ୍ତର ଦ୍ୱାରକୁ ତାଲା ଭାଙ୍ଗି ଚୋରି ହୋଇଥିବା ନେଇ ଏତଲା ଦେବା ପରେ ଏହି ଘଟଣାରେ ସମ୍ପୃକ୍ତି ଥିବା ନେଇ କଣ୍ଟାବାଞ୍ଜି ସହର ନୂଆପଡାର ହରି ବଚ୍ଛା, ବିଷ୍ଣୁ ହାତୀ, ରବି ହାତୀ ଓ ବିଷ୍ଣୁ ଶବରଙ୍କୁ ପୋଲିସ ଗିରଫ କରିଛି ।