ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ ଯାଉଛନ୍ତି । ତାହେଲେ ଆପଣଙ୍କୁ ଏ ଖବର ନିଶ୍ଚୟ ଜାଣିବା ଦରକାର । ଘର ଛାଡି ଯଦି କୁଆଡେ ବାହାରକୁ ଯାଉଛନ୍ତି ତାହେଲେ ସାବଧାନ୍‌ । ନଚେତ୍‌ ଘର ତ ଥିବ କିନ୍ତୁ ନଥିବ ଘରେ ଥିବା ଟଙ୍କା ସୁନା ଅଳଙ୍କାର ଓ ଆସବାବ ପତ୍ର । ସବୁକିଛି ଚଳୁ କରିଦେଇଥିବେ ଚୋର । ସେତେବେଳେ ଆପଣଙ୍କ ହାତରେ ଆଉ କିଛି ନଥିବ ଖାଲି ଲୁହ ଗଡେଇବା ଛଡା ।

ଦେଖନ୍ତୁ ଘରକୁ । ଦେଖିଲେ ତ କେମିତି ସବୁ ଘରର ଖିଡକିକୁ ଭଙ୍ଗା ଯାଇଛି । ଚାବି ତଡା ହୋଇଛି । ଜିନିଷ ପତ୍ରକୁ ଦେଖନ୍ତୁ କେମିତି କଳାକନା ବୁଲାଇ ଦିଆଯାଇଛି । କିଛି ନାହିଁ ଆଉ, ସବୁ ପୋଛିକି ନେଇଯାଇଛନ୍ତି ଚୋର । ଘରେ କେହି ନଥିବାର ସୁଯୋଗ ନେଇ ଏମିତି କାଣ୍ଡ ଭିଆଇଛନ୍ତି ଚୋରମାନେ । ତେବେ ସକାଳୁ ଘର ମାଲିକ ଆସି ଦେଖନ୍ତି ତ ଘରର ଚିତ୍ର ପୂରା ଅଲଗା ହେଇଯାଇଛି ।

ତାଳଚେର ବାଘମରା ଠାରେ ଘରେ କେହି ନଥିବାବେଳେ ସୁନା ଗହଣା ଓ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଘର କବାଟ ତାଡି ଦୁଇଟି ଆଲମୀରାରୁ ୩୦ ଭରି ସୁନା ସହ ୨୭ ହଜାର ଟଙ୍କା ସହ ବହୁ ଆଶବାଵ ପତ୍ର ଲୁଟିନେଇଛନ୍ତି । ଚୋରି ହୋଇଥିବା ଜିନିଷର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ଘର ମାଲିକ ସୂଚନା ଦେଇଛନ୍ତି । ଘର ମାଲିକ ମାନସ ବିଶ୍ୱାଳ ତାଙ୍କ ମାଙ୍କ ଦେହ ଖରାପ ଥିବାରୁ ଭୁବନେଶ୍ୱର ଯାଇଥିବାରୁ ଘରେ କେହି ନଥିବାର ସୁଯୋଗ ପାଇ କବାଟ ତାଡି ଘରେ ପସି ଟଙ୍କା ସୁନା ସହ ଆସବାବପତ୍ର ନେଇ ଯାଇଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି ।

ତେବେ ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ କରି ଫେରି ଯାଇଥିଲା ବେଳେ ବାରମ୍ବାର ଚୋରି ହେଉଥିବା ନେଇ ସ୍ଥାନୀୟ ବାସିନ୍ଦା ମାନେ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠେଇଛନ୍ତି ।

You might also like