ଉଦଳା : ବାଇକ୍‌ରେ ଆସିଲେ ଦିନ ଦିପହରରେ ଘରେ ପଶି ସବୁ ଲୁଟି ନେଲେ

ଉଦଳା (କେନ୍ଯୁଜ୍): ବାଇକ୍‌ରେ ଆସି ଘରେ ପଶିଲେ ,ଗହଣା ଲୁଟିନେଲେ। ଉଦଳା ଥାନା NAC ୫ ନଂ ୱାର୍ଡରେ ଏହି ଘଟଣା ଘଟିଛି। ସ୍ପଷ୍ଟ ଦିବାଲୋକରେ ଏହି ଲୁଟ୍‌ ହୋଇଛି। ଉଦଳା ଥାନା ୫ନଂ ୱାର୍ଡର ବାସିନ୍ଦା ନିରଞ୍ଜନ ସାହୁଙ୍କ ସ୍ତ୍ରୀ ମମତା ସାହୁ ଘରେ ଏକୁଟିଆ ଥିବା ବେଳେ ଦୁଇ ଜଣ ଯୁବକ ଆସି ତାଙ୍କ ଗହଣା ସଫା କରିବାକୁ କହିଥିଲେ । ହେଲେ ମମତା ଗହଣା ସଫା କରିବାକୁ ମନା କରିଥିଲେ । ଯୁବକ ଦୁଇ ଜଣ ଗୋଟିଏ ପିତ୍ତଳ ସାମଗ୍ରୀ ସଫା କରିବା ପରେ ପାଉଁଜି ସଫା କରିଥିଲେ।

ମମତା ପିନ୍ଧିଥିବା ସୁନାଚେନ୍‌, ମୁଦି ଓ ହାତର ବଳାକୁ ସଫା କରିବାକୁ ମାଗିଥିଲେ । ସମସ୍ତ ଗହଣାକୁ ଏକ ପ୍ରେସର କୁକରରେ ଭର୍ତ୍ତି କରି କେମିକାଲ ଦେଇ ଗରମ କରିବାକୁ କହିଥିଲେ। କୌଶଳ କ୍ରମେ ଦୁଇ ଜଣ ଯୁବକ ସେଠାରୁ ଖସି ପଳାଇଥିଲେ । ପ୍ରେସର କୁକର୍‌ରେ ଗହଣା ଭର୍ତ୍ତି କରିବା ବଦଳରେ କେବଳ ପାଣି ଭର୍ତ୍ତି କରି ଦୁଇ ଜଣ ଦୁର୍ବୃତ୍ତ ସମସ୍ତ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟ୍‌ ସୁନା ଅଳଙ୍କାରର ମୂଲ୍ୟ ଦେଢ ଲକ୍ଷ ଟଙ୍କାରୁ ଅଧିକ ହେବ। ମମତାଙ୍କ ସ୍ୱାମୀ ଘରକୁ ଆସିବା ପରେ ପ୍ରେସର କୁକ୍‌ର ଖୋଲି ସେଥିରେ ଗହଣା ନଥିବା ଦେଖିବାକୁ ପାଇଥିଲେ । ଘଟଣା ନେଇ ତଦନ୍ତ କରୁଛି ପୋଲିସ।

You might also like