ବାଲେଶ୍ଵର : ପିତଳ ସାମଗ୍ରୀ ସଫା କରିବାକୁ ଡାକି ଫସିଗଲେ ବ୍ୟବସାୟୀଙ୍କ ପରିବାର। ଆଖିରେ ସ୍ପ୍ରେ କରି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ। ଘଟଣା ଘଟିଛି ବାଲେଶ୍ଵର ସହଦେବ ଖୁଣ୍ଟା ହ୍ଵାଇଟ ହାଉସ ଗଳିରେ । ବାଲେଶ୍ଵର ସହରର ପ୍ରତିଷ୍ଠିତ ବ୍ୟବସାୟୀ ଶିବୁ ପୋଦରଙ୍କ ଘରୁ ଲୁଟ କରିଛନ୍ତି ଲୁଟେରା ।
ସୂଚନା ଅନୁସାରେ ୨ଟି ବାଇକ୍ ରେ ୪ ଜଣ ଲୁଟେରା ଆସିଥିଲେ । ୨ ଜଣ ଘର ଭିତରକୁ ପଶିଥିଲେ । ମହିଳା ଙ୍କୁ ପିତଳ ସାମଗ୍ରୀ ସଫା କରିବାକୁ କହି ଆଖିରେ ସ୍ପ୍ରେ କରିଥିଲେ ଓ ମହିଳା ଜଣଙ୍କ ପିନ୍ଧିଥିବା ସମସ୍ତ ଅଳଙ୍କାର ଲୁଟି ନେଇଥିଲେ। ବାଲେଶ୍ଵର ସହଦେବ ଖୁଣ୍ଟା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସି ଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ।