ସୁନା ଦୋକାନରୁ ଅଭିନବ ଉପାୟରେ ଲୁଟ୍, ପାଲ ଟାଣି ସଟର ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ସୁନା ଦୋକାନ ସମ୍ମୁଖରେ ଅଭିନବ ଉପାୟରେ ଲୁଟ୍ । ପାଲ ଟାଣି ସଟର ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହିତ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।

ଭଦ୍ରକ (କେନ୍ୟୁଜ):  ସୁନା ଦୋକାନ ସମ୍ମୁଖରେ ଅଭିନବ ଉପାୟରେ ଲୁଟ୍ । ପାଲ ଟାଣି ସଟର ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହିତ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।  ଏଭଳି ଘଟଣା ଗତକାଲି ବିଳମ୍ବିତ ରାତ୍ରିରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ମଞ୍ଜୁରୀ ରୋଡ଼ ବଜାରରେ ଥିବା ଏକ ବଡ଼ ସୁନା ଦୋକାନରେ ଘଟିଛି ।

ଦୁର୍ବୃତ୍ତ ମାନେ ମଧ୍ୟ ରାତିରେ ମଞ୍ଜୁରୀ ରୋଡ଼ ବଜାରରେ ପହଂଚି ପ୍ରଥମେ ଉକ୍ତ ସୁନା ଦୋକାନ ସମ୍ମୁଖରେ ଏକ କଳା ପାଲ ଟାଙ୍ଗୀ ଦେଇଥିଲେ । ପରେ ଦୋକାନର ସଟରକୁ ତାଡି ଦୋକାନ ଭିତରେ ପଶି ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହିତ, ସୁନା ଲକର ଏବଂ ଟଙ୍କା ବାକ୍ସରେ ଥିବା ପ୍ରାୟ ୨ଲକ୍ଷରୁ ଅଧିକ ଟଙ୍କା ମଧ୍ୟ ଲୁଟି ନେଇଛନ୍ତି । ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ସୁନା ଦୋକାନର ମାଲିକ ପହଂଚି ଏ ସବୁ ଦେଖିଲା ପରେ ନିକଟରେ ଥିବା ଫାଣ୍ଡି ଅଧିକାରୀଙ୍କୁ ଜଣାଇଥିଲେ ।

ଖବର ପାଇ ଭଣ୍ଡାରିପୋଖରୀ ପୋଲିସ ସେଠାରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲାବେଳେ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ୍  ଏହାର ତଦନ୍ତ କରିବ ବୋଲି କୁହାଯାଉଛି । ବଡ଼ କଥା ହେଲା ମଞ୍ଜୁରୀ ରୋଡ଼ ପୋଲିସ ଫାଣ୍ଡି ଠାରୁ ମାତ୍ର କିଛି ମିଟର ଦୂରରେ ଏଭଳି ଲୁଟ ହୋଇ ଥିବାରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।