ଘରେ କେହି ନ ଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଦୁର୍ବୃତ୍ତ, ଲୁଟି ନେଲେ ଟଙ୍କା ଓ ସୁନା ଅଳଙ୍କାର

ଉଦଳା : କବାଟ ତାଡି ଲୁଟିନେଲେ । ଘରେ କେହି ନ ଥିବାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଘରୁ ଟିଭି ସହିତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସୁଡ଼ସୁଡ଼ିଆ ଗ୍ରାମରୁ ଆସିଛି ଏପରି ଘଟଣା ।
ସୂଚନା ଅନୁସାରେ ଅକ୍ଷୟ ବେହେରା ପରିବାର ସହିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସୋର ଅଞ୍ଚଳକୁ ଯାଇଥିଲେ । ହେଲେ ତାଙ୍କ ଘର ମୁଖ୍ୟ କବାଟ ତାପର ଦିନ ଖୋଲାଥିବା ଦେଖି ପଡୋଶୀ ତାଙ୍କୁ ଫୋନ କରି ଜଣାଇଥିଲେ । ଯାହା ଜାଣିବା ପରେ ଅକ୍ଷୟ ଘରକୁ ଫେରି ଆସିଥିବା ବେଳେ ଘରୁ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ । ଦୁର୍ବୃତ୍ତମାନେ ଘର ମୁଖ୍ୟ କବାଟ ତାଡି ଘର ଭିତରେ ପଶି ଟିଭି, ଇନଭର୍ଟର, ଲାପଟପ ସହିତ ଗଡ଼ରେଜ ଭାଙ୍ଗି ସେଥିରେ ଥିବା ୪ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଏବଂ ନଗଦ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଯାହା ଜାଣିବା ପରେ ପରିବାର ଲୋକେ ଏ ନେଇ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଆହୁରି ପଢନ୍ତୁ : କ୍ୟାମେରାମ୍ୟାନ ହୋଇ ବର ପକ୍ଷରୁ ବାହାଘରକୁ ଆସିଲେ, କନ୍ୟା ଘରୁ ବାଇକ ଚୋରି କରି ନେଇଗଲେ