ଦିନ ଦିପ୍ରହରରେ ଲୁଟ୍, ଘରେ ପଶି ୧୦ ଭରି ସୁନା ଓ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ଦିନ ଦିପ୍ରହରରେ ଲୁଟ୍ । ଘରେ ପଶି ୧୦ ଭରି ସୁନା ଓ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ମିଟୁଆଣି ଗାଁର ଅସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଦର୍ଶନ ପାଣିଗ୍ରାହୀଙ୍କ ଘରୁ ଲୁଟ୍ ହୋଇଛି। ଘରେ ସୁଦର୍ଶନଙ୍କ ବୋହୂ ଏକୁଟିଆ ଥିବାବେଳେ ୫ରୁ ଅଧିକ ଦୁର୍ବୃତ୍ତ ଆସି ପିଇବା ପାଣି ମାଗିଥିଲେ ।

ଶୋର(କେନ୍ୟୁଜ ) : ଦିନ ଦିପ୍ରହରରେ ଲୁଟ୍ । ଘରେ ପଶି ୧୦ ଭରି ସୁନା ଓ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ମିଟୁଆଣି ଗାଁର ଅସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଦର୍ଶନ ପାଣିଗ୍ରାହୀଙ୍କ ଘରୁ ଲୁଟ୍ ହୋଇଛି। ଘରେ ସୁଦର୍ଶନଙ୍କ ବୋହୂ ଏକୁଟିଆ ଥିବାବେଳେ ୫ରୁ ଅଧିକ ଦୁର୍ବୃତ୍ତ ଆସି ପିଇବା ପାଣି ମାଗିଥିଲେ ।
ପାଣି ଆଣିବାକୁ ଯାଇଥିବାବେଳେ ପ୍ରଥମେ ତାଙ୍କୁ ବାଡିରେ ଆକ୍ରମଣ କରିଥିଲେ । ପରେ ମହିଳାଙ୍କୁ ବାନ୍ଧି ଭୁଜାଲିରେ ଆକ୍ରମଣ କରି ୧୦ ଭରି ସୁନା ଅଳଙ୍କାର ସହ ନଗଦ ୮୦ ହଜାର ଟଙ୍କା ଲୁଟିନେଲେ । ମହିଳାଙ୍କୁ ଆହତ ଅବସ୍ଥାରେ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ଖଇରା ପୋଲିସ।