ଜୁଏଲାରୀ ଦୋକାନ ମାଲିକଙ୍କ ଘରୁ ଲୁଟ୍, ଲୁଟିନେଲେ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଅଳଙ୍କାର

ସୋରୋ : ଜୁଏଲାରୀ ଦୋକାନ ମାଲିକଙ୍କ ଘରୁ ଲୁଟ୍ । ୫ରୁ ଅଧିକ ଦୁର୍ବୃତ୍ତ ଆସି ଲୁଟିନେଲେ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଅଳଙ୍କାର ସମେତ ୧ ଲକ୍ଷ ନଗଦ ଟଙ୍କା । ବାଲେଶ୍ୱର ଜିଲ୍ଲା ଖଇରା ଥାନା ପ୍ରହରାଜପୁର ଗାଁରେ ଘଟିଛି ଘଟଣା । ଜୁଏଲାରୀ ମାଲିକ ସଞ୍ଜୟ ସାହୁ ତୁଡ଼ିଗଡିଆ ବଜାରରେ ଏକ ଜୁଏଲାରୀ ଦୋକାନ କରିଛନ୍ତି । ଗତକାଲି ବିଳମ୍ୱିତ ରାତିରେ ଦୋକାନ ବନ୍ଦ କରି ଘରେ ଶୋଇବା ପରେ ବିଳମ୍ବିତ ରାତିରେ କବାଟ ଆଉ ଗ୍ରିଲ ଭାଙ୍ଗି ଘରେ ପଶିଥିଲେ ଲୁଟେରା । ଅତି ଅମାନୁଷିକ ଭାବେ ଗର୍ଭବତୀ ମହିଳାଙ୍କୁ ବାନ୍ଧି ଖଟକୁ ଫିଙ୍ଗିଦେବା ସହ ଘରେ ଥିବା ଶିଶୁ, ବୃଦ୍ଧଙ୍କୁ ବନ୍ଧୁକ, ଭୁଜାଲି ଦେଖାଇ ଭୟଭିତ କରାଇ ବ୍ୟାଟରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ସଞ୍ଜୟଙ୍କ ମାଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ, ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି ଔପଦା ଥାନା ପୋଲିସ ।