ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍, ଦିନଦ୍ବୀପହରେ ଫାଇନାନ୍ସ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟ୍
ଦାରିଙ୍ଗିବାଡ଼ି : ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ । ଦିନଦ୍ବୀପହରେ ଫାଇନାନ୍ସ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା, ମୋବାଇଲ ଓ ବାଇକ ଲୁଟିନେଲେ ଦୁର୍ବୃତ୍ତ। ଦାରିଙ୍ଗବାଡ଼ି ଠାରେ ଥିବା ଏକ ଫାଇନାନ୍ସ କମ୍ପାନିର କର୍ମଚାରୀ ଲୋନର ମାସିକ କିସ୍ତି ଟଙ୍କା ଆଦାୟ କରି ଫେରିବା ବେଳେ କୁମ୍ଭାରମୁଣ୍ଡା ନିକଟରେ ଲୁଟର ଶୀକାର ହୋଇଛନ୍ତି । ୩ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଲୁଟ କରିବା ସହ ମୁଣ୍ଡରେ ଆକ୍ରମଣ କରି ଫେରାର ହୋଇଯାଇଥିବା ସୂଚନା ରହିଛି । ତେବେ ସ୍ଥାନୀୟ ଲୋକ କର୍ମଚାରୀ ଜଣଙ୍କୁ ଉଦ୍ଧାର କରି ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।