ଠାକୁରଙ୍କୁ ବି ଛାଡିଲେନି: ବୌଦ୍ଧ ଭୈରବୀ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ସୁନା ଓ ରୁପା ଲୁଟିନେଲେ ଦୁର୍ବୃତ୍ତ
ଠାକୁରଙ୍କୁ ବି ଛାଡିଲେନି । ବୌଦ୍ଧ ଜିଲ୍ଲା ଭୈରବୀ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ସୁନା ଓ ରୁପା ଲୁଟିନେଲେ ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଭୈରବୀ ମନ୍ଦିରରୁ ହୋଇଛି ଲୁଟ୍। ସୂଚନା ଅନୁଯାୟୀ ଆଜି ସକାଳୁ ପୂଜାରୀ ପୂଜା କରିବାକୁ ଆସିଥିବା ବେଳେ ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ ।

ବୌଦ୍ଧ(କେନ୍ୟୁଜ) : ଠାକୁରଙ୍କୁ ବି ଛାଡିଲେନି । ବୌଦ୍ଧ ଜିଲ୍ଲା ଭୈରବୀ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ସୁନା ଓ ରୁପା ଲୁଟିନେଲେ ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଭୈରବୀ ମନ୍ଦିରରୁ ହୋଇଛି ଲୁଟ୍। ସୂଚନା ଅନୁଯାୟୀ ଆଜି ସକାଳୁ ପୂଜାରୀ ପୂଜା କରିବାକୁ ଆସିଥିବା ବେଳେ ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ ।
ଭିତରକୁ ଯାଇ ଦାନ ହୁଣ୍ଡି ମଧ୍ୟ ଭଙ୍ଗା ଯାଇଥିବା ମଧ୍ୟ ଦେଖିବାକୁ ପାଇଥିଲେ। ଭକ୍ତମାନେ ଦେଇଥିବା ଦାନ ଟଙ୍କା ଓ ସୁନା ଅଳଙ୍କାରକୁ ଦୁର୍ବୃତ୍ତମାନେ ଲୁଟି ନେଇ ଫେରାର ହୋଇଯାଇଛନ୍ତି। ଏନେଇ ମନ୍ଦିର କମିଟି ପକ୍ଷରୁ ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ କରାଯାଇଛି। ଆଦର୍ଶ ଥାନା ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।