କେନ୍ଦୁଝର: ଠାକୁରଡିହ ଛକ ନିକଟରେ ଭୁଜାଲିରେ ହାଣି, ଗୁଳି ଫୁଟାଇ ଲୁଟି ନେଲେ ୮ଲକ୍ଷ

କେନ୍ଦୁଝର : କେନ୍ଦୁଝର ସଦର ଥାନା ଠାକୁରଡିହ ଛକ ନିକଟରେ ବଡ ଧରଣର ଲୁଟ୍‌ । ୮ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ଦୁଇ ଦୁର୍ବୃତ୍ତ । ପରିବହନ ସଂସ୍ଥା କର୍ମଚାରୀଙ୍କଠାରୁ ଏହି ଲୁଟ୍ ହୋଇଥିବା ଜଣାପଡିଛି । ଭୁଜାଲିରେ ହାଣି ଗୁଳି ଫୁଟାଇ ୮ଲକ୍ଷ ଟଙ୍କା ଲୁଟ୍ କରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ ।

ଲକ୍ ଡାଉନରେ ଏଭଳି ଏକ ବଡ ଲୁଟ୍ ହେବା ପୋଲିସ୍ ପାଇଁ ଚିନ୍ତାର ବିଷୟ ପାଲଟିଥିବାବେଳେ ଅଭିଯୁକ୍ତକୁ ଧରିବା ପାଇଁ ଜୋରଦାର ଛାନଭିନ୍ ଜାରି ରହିଛି ।

 

Leave A Reply

Your email address will not be published.