ବନ୍ଧୁକ ମୁନରେ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିଲେ ଦୁର୍ବୃତ୍ତ
କେନ୍ଦୁଝର : ବନ୍ଧୁକ ମୁନରେ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ। କଳା ପଲସରରେ ଆସି ବନ୍ଧୁକ ଦେଖାଇ ଲୁଟିଲେ ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ବଣିଆପଶି ନିକଟରେ ହୋଇଛି ଲୁଟ। ତରୁଆଁ ପଞ୍ଚାୟତର ଜିଆରଏସ ସୁଆଁପଦାପଞ୍ଚାୟତ ପିଇଓଙ୍କ ଠାରୁ ଭତ୍ତା ଟଙ୍କା ବାଣ୍ଟିବାକୁ ୮ ଲକ୍ଷ ୧୧ ହଜାର ଟଙ୍କା ନେଇ ଯାଉଥିଲେ ।
ଏହି ସମୟରେ ବଣିଆପଶି ନିକଟରେ ବିପରୀତ ଦିଗରୁ କଳା ପଲସରରେ ଆସୁଥିବା ୩ ଜଣ ଯୁବକ ତାଙ୍କୁ ଅଟକାଇବା ସହିତ ବନ୍ଧୁକ ଦେଖାଇ ଗାଳିଗୁଲଜ କରି ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇ ନେଇଥିଲେ । ଲୁଟ ଘଟଣାର ଜଣେ ପ୍ରତ୍ୟକ୍ଷଦର୍ଶୀ ଥାନାରେ ଆସି ଲୁଟ ନେଇ ଅଭିଯୋଗ କରିଛନ୍ତି। ପଞ୍ଚାୟତ ଜିଆରଏସଙ୍କ ଲିଖିତ ଅଭିଯୋଗ ପରେ ରାମଚନ୍ଦ୍ରପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।