ବିଚାରପତିଙ୍କ ଜାଲ ଦସ୍ତଖତ କରି ଲୁଟିନେଲେ ମୃତ ଯବାନଙ୍କ ପେନସନ୍ ଟଙ୍କା, ୫ ଗିରଫ
ମୟୂରଭଞ୍ଜ : ବିଚାରପତିଙ୍କ ଜାଲ ଦସ୍ତଖତ କରି ଲୁଟିନେଲେ ମୃତ ଯବାନଙ୍କ ପେନସନ୍ ଟଙ୍କା । ଅଭିଯୁକ୍ତ ସରକାରୀ ଓକିଲ ପ୍ରତିମା ସାହୁକୁ ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରେ । ୨୦୨୧ ମସିହାରେ ଏକ ଛାଡ଼ପତ୍ର ମାମଲାରେ ବିଚାରପତି ଶୁଣାଣି କରି ରାୟ ପ୍ରକାଶ କରିଥିଲେ । ହେଲେ ୨୦୦୭ ମସିହାରେ ଉକ୍ତ ୨୦୨୧ ମସିହାର କୋର୍ଟ ଅର୍ଡରକୁ ଜାଲିଆତି କରି ସିଆଇଏସଏଫର ଯବାନ ଯଦୁନାଥ ସିଂ ଏବଂ ତାଙ୍କ ସ୍ତ୍ରୀ ମିନତୀଙ୍କ ମଧ୍ୟରେ ଛାଡ଼ ପତ୍ର ହୋଇଥିବାର ଜାଲି ଦସ୍ତାବିଜ ପ୍ରସ୍ତୁତ କରିଥିଲେ ।
ପରେ ଯଦୁନାଥ ଏବଂ ତାଙ୍କ ଭାଉଜ ସୋମବାରୀଙ୍କ ବିବାହ ହୋଇଥିବା ନେଇ ଏକ ବିବାହ ସାର୍ଟିଫିକେଟ କରିଥିଲେ। ତେବେ ୨୦୨୩ ମସିହାରେ ସିଆଇଏସଏଫ ଯବାନ ଯଦୁନାଥଙ୍କ ଦେହାନ୍ତ ହେବା ପରେ ଉକ୍ତ ଜାଲ ଦସ୍ତାବିଜ ଦେଇ ସିଆଇଏସଏଫରୁ ୨୦ ଲକ୍ଷ ଟଙ୍କା ପେନସନ ବାବଦକୁ ଉଠାଇ ଆଣିଥିଲେ। ପରବର୍ତ୍ତୀ ସମୟରେ ଜାଲିଆତି କରି ଏହି ଟଙ୍କା ଉଠାଯାଇଥିବା ଜଣାପଡିବା ପରେ ଘଟଣାର ତଦନ୍ତ କରାଯାଇଥିଲା । ଏବେ ଏହାର ପର୍ଦ୍ଦାଫାସ ହୋଇଛି ।
ଘଟଣାରେ ଜଣେ ମହୁରଲ ବନମାଳୀ ସିଂ, କମ୍ପ୍ୟୁଟର ଦୋକାନୀ ବିଜୟ ପାତ୍ର ଏବଂ ମୃତ ଯବାନଙ୍କ ଭାଉଜ ସୋମବାରୀ, ତାଙ୍କ ପୁତୁରା ନିଲମ ସିଂଙ୍କ ସମେତ ସରକାରୀ ଓକିଲକୁ ଗିରଫ କରିଛି ପୋଲିସ । । ଅଭିଯୁକ୍ତ ସରକାରୀ ଓକିଲ ପ୍ରତିମା ସାହୁକୁ ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରେ । ୨୦୨୧ ମସିହାରେ ଏକ ଛାଡ଼ପତ୍ର ମାମଲାରେ ବିଚାରପତି ଶୁଣାଣି କରି ରାୟ ପ୍ରକାଶ କରିଥିଲେ।
ହେଲେ ୨୦୦୭ ମସିହାରେ ଉକ୍ତ ୨୦୨୧ ମସିହାର କୋର୍ଟ ଅର୍ଡରକୁ ଜାଲିଆତି କରି ସିଆଇଏସଏଫର ଯବାନ ଯଦୁନାଥ ସିଂ ଏବଂ ତାଙ୍କ ସ୍ତ୍ରୀ ମିନତୀଙ୍କ ମଧ୍ୟରେ ଛାଡ଼ ପତ୍ର ହୋଇଥିବାର ଜାଲି ଦସ୍ତାବିଜ ପ୍ରସ୍ତୁତ କରିଥିଲେ। ପରେ ଯଦୁନାଥ ଏବଂ ତାଙ୍କ ଭାଉଜ ସୋମବାରୀଙ୍କ ବିବାହ ହୋଇଥିବା ନେଇ ଏକ ବିବାହ ସାର୍ଟିଫିକେଟ କରିଥିଲେ। ତେବେ ୨୦୨୩ ମସିହାରେ ସିଆଇଏସଏଫ ଯବାନ ଯଦୁନାଥଙ୍କ ଦେହାନ୍ତ ହେବା ପରେ ଉକ୍ତ ଜାଲ ଦସ୍ତାବିଜ ଦେଇ ସିଆଇଏସଏଫରୁ ୨୦ ଲକ୍ଷ ଟଙ୍କା ପେନସନ ବାବଦକୁ ଉଠାଇ ଆଣିଥିଲେ। ପରବର୍ତ୍ତୀ ସମୟରେ ଜାଲିଆତି କରି ଏହି ଟଙ୍କା ଉଠାଯାଇଥିବା ଜଣାପଡିବା ପରେ ଘଟଣାର ତଦନ୍ତ କରାଯାଇଥିଲା । ଏବେ ଏହାର ପର୍ଦ୍ଦାଫାସ ହୋଇଛି । ଘଟଣାରେ ଜଣେ ମହୁରଲ ବନମାଳୀ ସିଂ, କମ୍ପ୍ୟୁଟର ଦୋକାନୀ ବିଜୟ ପାତ୍ର ଏବଂ ମୃତ ଯବାନଙ୍କ ଭାଉଜ ସୋମବାରୀ, ତାଙ୍କ ପୁତୁରା ନିଲମ ସିଂଙ୍କ ସମେତ ସରକାରୀ ଓକିଲକୁ ଗିରଫ କରିଛି ପୋଲିସ ।