ଦିବାଲୋକରେ ମହିଳାଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟ୍‌, ପୁଣି ବ୍ଲାକ ପଲସର ଆତଙ୍କ

ପିପିଲି : ଆଜି ସ୍ପଷ୍ଟ ଦିବା ଲୋକରେ ପିପିଲି ଥାନା ସମ୍ମୁଖରୁ ମହିଳାଙ୍କ ଠାରୁ ୫ ଲକ୍ଷ ୫୮ ହଜାର ଟଙ୍କା ଲୁଟ ହୋଇଛି । ଲୁଟର ଶୀକାର ହୋଇଥିବା ଜଣେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ହୋଇଥିବାବେଳେ ଏହାକୁ ନେଇ ପିପିଲି ଥାନାରେ ଅଭିଯୋଗ ହୋଇଛି । ପୋଲିସ ବିଭିନ୍ନ ସ୍ଥାନରୁ ସିସିଟିଭିକୁ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛି । ପିପିଲି ବ୍ଲକ ସଁପୁର ପଂଚାୟତର ରାଜତେଇ ଆଂଚଳିକ ମଂଚର କୃଷ୍ଣକୃପା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଆର୍ଥିକ ସ୍ୱାବଲମ୍ବୀ ହେବା ପାଇଁ  ବ୍ୟାଙ୍କରୁ  ଋଣ ନେବା ପାଇଁ ପିପିଲି ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଆସିଥିଲେ ।

ବ୍ୟାଙ୍କରେ ସଭାନେତ୍ରୀ  ମିନତୀ ରାଉତ ଏବଂ ସମ୍ପାଦିକ ରେଣୁବାଳା ମହାପାତ୍ରଙ୍କ ସମେତ ସମସ୍ତ ଦଶ ଜଣ ଯାକ ସଭ୍ୟା ଆସିଥିଲେ ଋଣ ନେବା ପାଇଁ ବ୍ୟାଙ୍କକୁ ଆସିଥିଲେ । ଅପରାହ୍ନରେ ଋଣ ନେବା ପରେ ଘରକୁ ଯିବା ପାଇଁ ବାହାରିଥିଲେ । ତେବେ ଗୃପର ସଦସ୍ୟା ଚିନୁ ସାହୁ ହାତରେ ୫ ଲକ୍ଷ ୫୮ ହଜାର ଟଙ୍କା ର ବ୍ୟାଗକୁ  ଧରି ରାସ୍ତା ପାର ହେଉ ଥିଲେ । ରାସ୍ତା ପାର ହେବା ପରେ ସେ ଏକ ସ୍କୁଟରେ ଘରକୁ ଫେରିଥାନ୍ତେ  । ତେବେ ଏହି ସମୟରେ ଦୁଇ ଜଣ ଯୁବକ କଟକ ନମ୍ବର ବିଶିଷ୍ଠ ଏକ ପଲସର ଗାଡ଼ି ରେ ଚିନୁଙ୍କୁ ଅପେକ୍ଷା କରିଥିଲେ । ଚିନୁ ଆସିବା ପରେ ବାଇକ ପଛରେ ବସିଥିବା ଯୁବକ ଜଣଙ୍କ ଚିନୁଙ୍କ ହାତରୁ ଟଙ୍କା ବ୍ୟାଗକୁ ଛଡ଼ାଇ ନେଇ ଦୃତ ଗତିରେ ଭୂବନେଶ୍ୱର ଅଭିମୁଖେ ଚାଲିଯାଇଥିଲେ ।

ଏ ସମ୍ପର୍କରେ ମହିଳା ଜଣଙ୍କ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଥାନା ସମ୍ମୁଖରେ ଏଭଳି ଘଟଣା ଘଟିଥିବାବେଳେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଜିର ଏହି ଘଟଣା ପିପିଲିରେ ଆଇନଶୃଙ୍ଖଳ । ସମ୍ପୂର୍ଣ୍ଣ ରୁପେ ବିପଯ୍ୟସ୍ତ ହୋଇ ପଡ଼ିଛି । ଥାନା ସମ୍ମୁଖରେ ପୋଲିସ ଆଖିରେ ଧୁଳି ଦେଇ ଦିବା ଲୋକରେ ଲୁଟ କରିବା ପୋଲିସକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି । ସେପଟେ ପିପିଲି ପୋଲିସ ଥାନା ଏବଂ ବଜାରର ବିଭିନ୍ନ ସ୍ଥାନରେ ଥିବା ସିସିଟିଭି ଫୁଟେଜକୁ  ଆଣି ତନତନ ଯାଂଚ କରିବା ସହିତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଟିମ୍ ଗଠନ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like