ଗୁଳିମାଡ କରି ବ୍ୟବସାୟୀଙ୍କଠାରୁ ୭୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବେଗୁନିଆ(କେନ୍ଯୁଜ୍): ଗୁଳିମାଡ କଲେ , ଲୁଟିଲେ। ବ୍ୟବସାୟୀଙ୍କଠାରୁ ୭୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ବେଗୁନିଆ ବାଘମାରୀ ଥାନା ନିକଟସ୍ଥ ବଜାରରେ ଲୁଗା ଦୋକାନ କରିଛନ୍ତି ମନୋରଞ୍ଜନ ସାମନ୍ତରାୟ। ଗତକାଲି ରାତିରେ ମନୋରଞ୍ଜନ ଦୋକାନ ବନ୍ଦ କରି ଘରକୁ ଫେରୁଥିବାବୋଳେ ପୁମୁଲୁ ରାସ୍ତାରେ ୪ ଜଣ ଦୁର୍ବୃତ୍ତ ତାଙ୍କ ଉପରେ ଆକ୍ରମଣ କରିଥିଲେ।

ଫାୟାରିଂ କରିବା ସହ ତାଙ୍କ ଠାରୁ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ମନୋରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଖୋର୍ଦ୍ଧା ଓ ପରେ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି। ଦୁର୍ବୃତ୍ତଙ୍କୁ ଧରିବାକୁ ପୋଲିସର ତନାଘନା ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.