ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଳାସପୁର ବୁଦ୍ଧେଶ୍ୱର ମନ୍ଦିରରେ ଗତକାଲି ରାତିରେ ଚୋର ମାନେ ପଶି କଳା କନା ବୁଲାଇ ଛନ୍ତି l ଚୋର ମାନେ ପଶି ଦାନ ହୁଣ୍ଡି ଭାଙ୍ଗି ଦାନ ଅର୍ଥ କୁ ଲୁଟି ନେଇଯିବା ସହ କିଛି ଆସବାସ ପତ୍ର କୁ ମଧ୍ୟ ନେଇଯାଇଥିବା ଅଭିଯୋଗ ହୋଇଛି l ସକାଳେ ମନ୍ଦିର ପୂଜାରୀ ଏହା ଦେଖିବା ପରେ ପରିଚାଳନା କମିଟି କୁ ଜଣାଇଥିଲେ l ପୋଲିସ ତଦନ୍ତ କରୁଛି l