ଦିନ ଦ୍ଵିପ୍ରହରରେ ସ୍କୁଟି ଡିକି ଭାଙ୍ଗି ୨ ଲକ୍ଷ ୪୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

କଣ୍ଟାବାଞ୍ଜି (କେନ୍ୟୁଜ୍): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଗୋଳେଇଛକ ନିକଟରେ ଦିନ ଦ୍ଵିପହରରେ ଲୁଟ ହୋଇଛି। ଗାଡିର ଡିକି ଖୋଲି ୨ ଲକ୍ଷ ଚାଳିଶ ହଜାର ଟଙ୍କା ଲୁଟ କରି ଫେରାର ମାରିଛନ୍ତି ଦୁର୍ବୃତ୍ତ । ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗାଁର ବ୍ୟବସାୟ ରୋସନ ମେହେର କଣ୍ଟାବାଞ୍ଜି ଏସବିଆଇ ମେନ ବ୍ରାଞ୍ଚ ରୁ ୨ ଲକ୍ଷ ଚାଳିଶ ହଜାର ଟଙ୍କା ଉଠାଇ ନିଜ ସ୍କୁଟିରେ ଭାଲୁମୁଣ୍ଡା କୁ ଯାଉଥିଲେ ଠିକ ସେ ସମୟରେ ବଙ୍ଗୋମୁଣ୍ଡା ଗୋଲେଇ ଛକ ଏକ ମେଡ଼ିସିନ ଦୋକାନରୁ କିଣିବାକୁ ଯାଇଥିବା ସମୟ ରେ ୨ ଜଣ ଲୁଟେରା ସ୍କୁଟିର ଡିକି କୁ ଖୋଲି ଟଙ୍କା କୁ ଲୁଟି ଫେରାର ମାରିଥିଲେ ।

ରୋସନ ଲୁଟେରା ମାନଙ୍କୁ ଗୋଡେଇ ଥିଲେ ମଧ୍ୟ ସେମାନେ ଫେରାର ମାରିଥିଲେ । ବଙ୍ଗୋମୁଣ୍ଡା ପୋଲିସ ଖବର ପାଇ ଏହାର ତଦନ୍ତ ଆରମ୍ଭ କରିଛି । ମେଡ଼ିସିନ ଦୋକାନରେ ଲାଗିଥିବା ସିସି ଟିଭି ଫୁଟେଜ ରେ ଲୁଟ ର ଦୃଶ୍ୟ କଏଦ ହୋଇଛି ପୋଇସ ତଦନ୍ତ କରୁଛି । ରୋସନ କୁ ଲୁଟେରା ମାନେ କଣ୍ଟାବାଞ୍ଜି ବ୍ୟାଙ୍କରୁ ଫୋଲୋ କରୁଥିବା ସଂଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.