ରୂପା ବ୍ୟବସାୟୀଙ୍କ ଠାରୁ ଲୁଟିନେଲେ ଦୁର୍ବୃତ୍ତ, ସିସି ଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ

ମୋହନା : ଗଜପତି ଜ଼ିଲ୍ଲା ଆର ଉଦୟଗିରି ଥାନା ଗଡ଼ର ଗ୍ରାମ ନିକଟରେ ଜଣେ ରୂପା ବ୍ୟବସାୟୀଙ୍କ ଠାରୁ ରୂପା ସାମଗ୍ରୀ ଭର୍ତ୍ତି ବ୍ୟାଗ ଲୁଟି ନେଇଛନ୍ତି ଦୁର୍ବୃତ୍ତ l ସବୁଦିନ ଭଳି ଚନ୍ଦ୍ରଗିରି ଗ୍ରାମର ବ୍ୟବସୟୀ ସନ୍ତୋଷ ମହାପାତ୍ର ରୂପା ସାମଗ୍ରୀ ବିକ୍ରି ପାଇଁ ଗଲାବେଳେ ମୁହଁରେ କଳା କନା ପିନ୍ଧା କିଛି ଦୁର୍ବୃତ୍ତ ତାଙ୍କୁ ଛୁରୀ ଦେଖାଇବା ସହ ମାଡ଼ ମାରି ପ୍ରାୟ ଏକ ଲକ୍ଷ ଟଙ୍କାର ରୂପା ସାମଗ୍ରୀ ଭର୍ତ୍ତି ବ୍ୟାଗ ଏବଂ ମୋବାଇଲ ଲୁଟି ନେଇଛନ୍ତି l ଏ ନେଇ ସନ୍ତୋଷ ଥାନାରେ ଅଭିଯୋଗ କରିଛନ୍ତି l ଖବର ପାଇ ଆର. ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସି ଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି l