ମାତିଛନ୍ତି ଲୁଟେରା ! ଶିକ୍ଷକଙ୍କ ଘରୁ ଦିନ ଦ୍ୱିପ୍ରହରରେ କଳାକନା ବୁଲାଇଲେ ଦୁର୍ବୃତ୍ତ
ବଙ୍ଗୋମୁଣ୍ଡା ଥାନା ହନୁମାନ ମନ୍ଦିର ନିକଟରେ ରହୁଥିବା ଶିକ୍ଷକ ଜଗତ କୁଁଅରଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଘରେ କେହି ନଥିବା ସମୟରେ ବାଡ଼ ଡେଇଁ ଘରର ତାଲା କାଟି ଦୁର୍ବୃତ୍ତମାନେ ଘର ଭିତରେ ପ୍ରବେଶ କରିଥିଲେ । ଏହାପରେ ଆଲମିରା ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ଫେରାର ମାରିଛନ୍ତି ଦୁର୍ବୃତ୍ତ ।
କଣ୍ଟାବାଞ୍ଜି(କେନ୍ୟୁଜ୍): ମାତିଛନ୍ତି ଲୁଟେରା । କେଉଁଠି ଘର ଝରକା ତାଡି ଲୁଟୁଛନ୍ତି ତ କେଉଁଠି ବେକରେ ଛୁରୀ ଲଗାଇ ପର୍ସ, ଚେନ୍ ଝାମ୍ପି ନେଉଛନ୍ତି । କେତେବେଳେ ମନ୍ଦିରରୁ ଲୁଟୁଛନ୍ତି ତ କେତେବେଳେ ବନ୍ଧୁକ ମୁନରେ ବ୍ୟାଙ୍କରୁ ଲୁଟୁଛନ୍ତି। ପୋଲିସ୍ ଯେତେ କଡା ପଦକ୍ଷପ ଗ୍ରହଣ କଲେ ବି ଲୁଟେରା ଥମିବାର ନା ଧରୁନାହାନ୍ତି। ଓଲଟି ପୋଲିସ୍ କୁ ଚାଲେଞ୍ଜ କରି ଦିନ ଦ୍ୱିପ୍ରହରରେ ଚୋରି କରି ଚମ୍ପଟ ମାରୁଛନ୍ତି।
ଏଭଳି ଏକ ଘଟଣା ଘଟିଛି ବଙ୍ଗୋମୁଣ୍ଡା ହନୁମାନ ମନ୍ଦିର ନିକଟରେ । ଜଣେ ଶିକ୍ଷକଙ୍କ ଘରୁ ଦିନ ଦ୍ୱିପ୍ରହରରେ ଲୁଟ୍ କରି ଫେରାର ମାରିଛନ୍ତି ଦୁର୍ବୃତ୍ତ । ବଙ୍ଗୋମୁଣ୍ଡା ଥାନା ହନୁମାନ ମନ୍ଦିର ନିକଟରେ ରହୁଥିବା ଶିକ୍ଷକ ଜଗତ କୁଁଅରଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ସୂଚନା ମୁତାବକ ଗତକାଲି ସକାଳ ୧୦ ସମୟରେ ଜଗତ କୁଁଅର ସ୍କୁଲ ପଳାଇ ଯାଇଥିବା ବେଳେ, ସ୍ତ୍ରୀ ବେଲପଡା ଡାକ୍ତରଖାନାରେ ଏଏନଏମ ଥିବାରୁ ସେ ଡାକ୍ତରଖାନା ଯାଇଥିଲେ । ଯାହାର ଫାଇଦା ଉଠାଇଥିଲେ ଦୁର୍ବୃତ୍ତମାନେ ।
ଘରେ କେହି ନଥିବା ସମୟରେ ବାଡ଼ ଡେଇଁ ଘରର ତାଲା କାଟି ଦୁର୍ବୃତ୍ତମାନେ ଘର ଭିତରେ ପ୍ରବେଶ କରିଥିଲେ । ଏହାପରେ ଆଲମିରା ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ଫେରାର ମାରିଛନ୍ତି ଦୁର୍ବୃତ୍ତ। ଏପଟେ ଡାକ୍ତରଖାନାରୁ ୧୨ ଟା ବେଳେ ଜଗତଙ୍କ ପତ୍ନୀ ଘରକୁ ଫେରି ଦେଖିଲାବେଳକୁ ଘରର କବାଟ ତାଲା ଭଙ୍ଗା ହୋଇଛି । ସେ ତୁରନ୍ତ ଏସବୁ ଦେଖି ସ୍ବାମୀଙ୍କୁ ଜଣାଇଥିଲେ। ଘର ଆଲମିରା ଦେଖିବାରୁ ୧୦ ଭରି ସୁନା ଓ ନଗଦ ୩୦ ହଜାର ଟଙ୍କା ଲୁଟି ନେଇଥିବା କହିଛନ୍ତି ଶିକ୍ଷକ। ଏପଟେ ବଙ୍ଗୋମୁଣ୍ଡା ପୋଲିସ୍ ଅଧିକ ତଦନ୍ତ କରୁଥିବା ବେଳେ ସନ୍ଧ୍ୟାରେ ବଲାଙ୍ଗୀର ସାଇଣ୍ଟିଟିଫିକ ଟିମ୍ ପହଁଚି ଅଧିକ ତଦନ୍ତ କରିବ ।
ତେବେ ଏଭଳି ଘଟଣା ଘଟିବା ପରେ ଅନୁରୋଧ କରିବୁ ଘର ଛାଡି ଯଦି କୁଆଡେ ଯାଆସ କରୁଛନ୍ତି ତେବେ ସତର୍କ ରୁହନ୍ତୁ। ଘରେ ଏତେ ପରିମାଣ ସୁନା କିମ୍ବା ଟଙ୍କା ରଖନ୍ତୁ ନାହିଁ । ନହେଲେ ଏଭଳି ଲୁଟ୍ ର ଶିକାର ହୋଇ ନିଜ କଷ୍ଟ ଅର୍ଜିତ ଧନକୁ ଆପଣଙ୍କୁ ବି ହରାଇବାକୁ ପଡିପାରେ ।